ପୁସ୍ତକପ୍ରେମୀ ବିଧାୟକ ! ଫୁଲହାର ବଦଳରେ ଲୋକଙ୍କୁ ପୁସ୍ତକ ଦେବାକୁ ଅନୁରୋଧ କରୁଛନ୍ତି ବିଧାୟକ , ଇଚ୍ଛା ରହିଛି ଗୋଟିଏ ପାଠାଗାର ଖୋଲିବେ

122

ଫୁଲ ବଦଳରେ ପୁସ୍ତକ । ଏବେ ସୋସିଆଲ ମିଡିଆରେ କେରଳ ବିଧାୟକଙ୍କୁ ନେଇ ଚର୍ଚ୍ଚା । ଫେସବୁକ ପୋଷ୍ଟ ଜରିଆରେ ସେ ଲୋକଙ୍କୁ ଖୁବ୍ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ସୂଚନାନୁସାରେ, ବଟ୍ଟିୟୋରକୋବୁର ବିଧାୟକ ବିକେ ପ୍ରଶାନ୍ତ ଲୋକଙ୍କୁ ଫୁଲହାର କିମ୍ବା ଫୁଲତୋଡା ବଦଲରେ ପୁସ୍ତକ ଦେବା ପାଇଁ ଅନୁରୋଧ କରିଛନ୍ତି । ଏହାର କାରଣ ହେଉଛି, ସେ ନିର୍ବାଚନ କ୍ଷେତ୍ରରେ ଉପସ୍ଥିତ ସରକାରୀ ସ୍କୁଲର ପୁସ୍ତକାଳୟକୁ ପୁସ୍ତକ ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଅଧିକାରୀଙ୍କ ଏଭଳି ମାନସିକତା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଶାନ୍ତ ଫେସବୁକରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଲୋକେ ତାଙ୍କୁ ପୁସ୍ତକ ଦାନ କରିଥିବା ଦେଖିବାକୁ ମିଳିଛି । ତାଙ୍କୁ ୩୫୦୦୦ ରୁ ଅଧିକ ପୁସ୍ତକ ମିଳିଛି । ଏହି ପୋଷ୍ଟ ଜରିଆରେ ସେ କହିଛନ୍ତି ବେକରେ ଫୁଲର ହାର ବଦଳରେ ପୁସ୍ତକ ନେବାକୁ ମୁଁ ଅଧିକ ପସନ୍ଦ କରିବି । ଯାହାକୁ ସେ ନିର୍ବାଚନ କ୍ଷେତ୍ରରେ ଥିବା ସରକାରୀ ସ୍କୁଲକୁ ଦାନ କରିବେ ।

ଏଥିପାଇଁ ତାଙ୍କୁ ଲୋକମାନେ ଧନ୍ୟବାଦ ଜଣାଇ ଅନେକ ପ୍ରଶଂସା କରିଛନ୍ତି । ୨୦୧୮ ରେ କେରଳରେ ବନ୍ୟା ହୋଇଥିଲା । ଏହାର ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାନ୍ତ ସକ୍ରିୟତାର ସହିତ ଭାଗ ନେଇଥିଲେ । ଏହା ପରେ ଲୋକେ ତାଙ୍କୁ ‘ମେୟର ବ୍ରୋ’ ନାମରେ ଡାକିବା ଆରମ୍ଭ କରିଦେଇଥିଲେ । ପ୍ରଶାନ୍ତଙ୍କ ଭଳି ସବୁ ନେତାଙ୍କ ଚିନ୍ତାଧାରା ଏପରି ହୋଇପାରିଲେ, ଆମ ଦେଶରରେ ଅନେକ ପରିବର୍ତ୍ତନ ହୋଇପାରିବ ।