ଦୁଃଖିଦରିଦ୍ର କିମ୍ବା ଅସହାୟଙ୍କୁ ଥଟ୍ଟା ମଜା କରିବା ମାନବିକତାର ଏକ ନିଚ ଗୁଣ ଅଟେ । କିନ୍ତୁ କିଛି ଲୋକ ଦୁର୍ବଳଙ୍କ ଅସହାୟ ସମୟରେ ତାଙ୍କ ଉପରେ ହସି ନିଜକୁ ମୁର୍ଖ ବୋଲି ପ୍ରତୀତ କରିଥାନ୍ତି ସତ କିନ୍ତୁ ଉକ୍ତ ଖବରରେ ଏଭଳି ନିଚ ଭାବନା ରଖୁଥିବା ବ୍ୟକ୍ତିଙ୍କୁ ଯେସାକୁ ତେସା ସଜା ମିଳିଛି ।
ଘଟଣାଟି ହେଉଛି ଓମାନର । ଓମାନରେ ଗୋଟିଏ କମ୍ପାନୀ ନିଜର ଏକ କର୍ମଚାରୀକୁ ଚାକିରୀରୁ ବରଖାସ୍ତ କରିଥିବା ଖବର ଶୁଣିବାକୁ ମିଳିଥିଲା । କମ୍ପାନୀ ଏଭଳି କରିବା ପଛର କାରଣ ଉକ୍ତ କର୍ମଚାରୀ ସୋସିଆଲ୍ ମିଡିଆରେ କେରଳ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏହି କର୍ମଚାରୀଙ୍କ ନାଁ ରାହୁଲ ଚେରୁ ପଲ୍ଲାୟଟ୍ଟୁ । ବାସ୍ତବରେ ରାହୁଲ କେରଳ ରାଜ୍ୟରୁ ହିଁ ପିଲାବେଳୁ ରହିଆସିଛନ୍ତି । ସେ ୟୁଏଇର ଲୁଲୁଗ୍ରୁପ୍ ଅଫ୍ ଇଣ୍ଟରନ୍ୟାସନାଲରେ କ୍ୟାସିୟର୍ ପଦବୀରେ ଥିଲେ । କିନ୍ତୁ ରାହୁଲଙ୍କ ଦ୍ୱାରା ଗୋଟିଏ ଭୁଲ୍ ହୋଇଗଲା ଯେ ସେ କମ୍ପାନୀର ମାଲିକ କେରଳର ବୋଲି ଜାଣିନଥିଲେ । କମ୍ପାନୀ ତରଫରୁ କେରଳ ବନ୍ୟା ପୀଡିତଙ୍କ ପାଇଁ ୧୭.୫ କୋଟି ଟଙ୍କା ଦାନ ଦିଆଯାଇଥିଲା । କିନ୍ତୁ ସୋସିଆଲ୍ ମିଡିଆରେ ନିଜ କର୍ମଚାରୀଙ୍କ ଏଭଳି ଆପତ୍ତିଜନକ ଲେଖାକୁ ଦେଖି କମ୍ପାନୀ ମାଲିକ ତାଙ୍କୁ ତୁରନ୍ତ ଚାକିରୀରୁ ଛଟେଇ କରିଥିଲେ । ତେବେ କମ୍ପାନୀର ଏଭଳି ପଦକ୍ଷେପ ପରେ ରାହୁଲ ଏକ ଭିଡିଓ କରି ପୁବର୍ବାର ସୋସିଆଲ୍ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ କ୍ଷମା ମାଗିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/Kerala-Gulf1.jpg)
/kanak/media/post_attachments/wp-content/uploads/2018/08/indian-300x169.jpg)