କନକ ବ୍ୟୁରୋ: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର । କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ । ତେବେ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନ ହୋଇଥିଲେ। ଯାହା ପରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି । ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ବିଷ୍ଣୁଙ୍କ ପରିବାର ।
କେରଳ ଭୂସ୍ଖଳନ ଘଟଣା: ବୁଲିବାକୁ ଯାଇ ୨ ଓଡ଼ିଆ ଡାକ୍ତର ଏବେ ବି ନିଖୋଜ ।
/kanak/media/post_attachments/wp-content/uploads/2024/07/Screen-Shot-2024-07-30-at-10.08.44-PM.png)