କେରଳ ହାଇକୋର୍ଟଙ୍କ ରାୟ, ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ।

କେରଳ ହାଇକୋର୍ଟଙ୍କ ରାୟ, ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ।

କନକ ବ୍ୟୁରୋ: ମ୍ୟାରେଜ ରେଜିଷ୍ଟ୍ରେସନ ବା ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ । କେରଳ ମ୍ୟାରେଜ ରେଜିଷ୍ଟ୍ରେସନ ନିୟମ ୨୦୦୮ ଆଧାରରେ ଏହା କହିଛନ୍ତି କେରଳ ହାଇକୋର୍ଟ । ଏକ ଆବେଦନର ବିଚାର କରି କେରଳ ହାଇକୋର୍ଟର ବିଚାରପତି ପି ଭି କୁନହିକ୍ରିଷ୍ଣନ ଏହି ରାୟ ଦେଇଛନ୍ତି ।

ପିଆର ଲଲନ ଏବଂ ଆଇଶା କେରଳ ଏରନାକୁଲମର ବାସିନ୍ଦା । ଜଣେ ହିନ୍ଦୁ ହୋଇଥିବା ବେଳେ ଅନ୍ୟ ଜଣେ ମୁସଲିମ୍ । ଡିସେମ୍ବର ୨, ୨୦୨୧ରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ । ହେଲେ ଯୁବତୀ ଜଣଙ୍କ ମୁସଲିମ ହୋଇଥିବାରୁ ସ୍ପେଶାଲ ମେରେଜ ଆକ୍ଟ ଅନୁଯାୟୀ ବିବାହ ପଞ୍ଜିକରଣ ହୋଇପାରିବ ନାହିଁ ବୋଲି କୋଚି କୋରପୋରେସନ ସୋସାଇଟିର ଅଧିକାରୀ କହିଥିଲେ । ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ବିଚାରପତି ପି ଭି କୁନହିକ୍ରିଷ୍ଣନ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଆଧାର କରି ଦୁଇ ସପ୍ତାହ ମଧ୍ୟରେ ବିବାହ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ବିବାହ କରିନଥାନ୍ତେ ତାହେଲେ ବିବାହ ପଞ୍ଜିକରଣ ନେଇ ବିଚାର ହୋଇପାରେ । କିନ୍ତୁ ବିବାହ ସରିଥିବାରୁ ଉଭୟ ମହିଳା ଏବଂ ପିଲାର ସୁରକ୍ଷା ଜରୁରୀ ବୋଲି ବିଚାରପତି କହିଛନ୍ତି ।

ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏଠାରେ ସମସ୍ତେ ନିଜ ନିଜ ଧର୍ମ ପାଳନ କରିପାରିବେ । ଏଥିସହ ବିବାହ ମଧ୍ୟ ନିଜ ଇଛାରେ କରିପାରିବେ । ତେଣୁ ବିବାହ ପଞ୍ଜିକରଣ ଉପରେ ଆପତ୍ତି ଉଠାଇବା ଠିକ୍ ନୁହେଁ ବୋଲି କହିଛନ୍ତି ବିଚାରପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe