କନକ ବ୍ୟୁରୋ: ଭାରତର କୋର୍ଟରେ ଏମିତି ଅନେକ ନିଷ୍ପତ୍ତି ନିଆଯାଇଛି ଯାହା ପରେ ଇତିହାସ ହୋଇଯାଇଛି । ଅନେକ ସମୟରେ ଏପରି ଦେଖାଯାଇଛି ଯେତେବେଳେ ଜଜ ଆଇନରୁ ଉଦ୍ଧ୍ୱର୍ରୁ ଉପରକୁ ଉଠି ମାନବତା ଆଧାରରେ ଫଇସଲା ଶୁଣାଇଥିଲେ । ଶନିବାର କେରଳ ହାଇକୋର୍ଟରେ ଏଭଳି ଗୋଟିଏ ରାୟ ଦେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛନ୍ତି । ଜଷ୍ଟିସ ବି ଜି ଅରୁଣଙ୍କ ଖଣ୍ଡପୀଠ ନଭେମ୍ବର ୨ରେ ଜଣେ ଛାତ୍ରୀଙ୍କ ଆବେଦନକୁ ବିଚାରକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି । ସେ ୨୭ ସପ୍ତାହର ଗର୍ଭବତୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । କେରଳ ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ କହିଥିଲେ, କୌଣସି ମହିଳାଙ୍କୁ ଶିଶୁ ଜନ୍ମକରିବା କିମ୍ବା ନ କରିବା ତାର ବ୍ୟକ୍ତିଗତ ନିଷ୍ପତ୍ତି । ତାଙ୍କ ଅଧିକାର ଉପରେ କୌଣସି ପ୍ରତିବନ୍ଧ ଲଗାଯାଇପାରିବ ନାହିଁ ।

Advertisment

ହାଇକୋର୍ଟ ୨୩ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । ନ୍ୟାୟମୂର୍ତ୍ତୀ ବି ଜି ଅରୁଣଙ୍କ ଖଣ୍ଡପୀଠ ନଭେମ୍ବର ୨ରେ ଏମବିଏମ ଛାତ୍ରୀଙ୍କ ଆବେଦନ ଉପରେ ବିଚାର କରି ଏହି ଆଦେଶ ଜାରିକରିଛନ୍ତି । ଏହି ଆବେଦନ ଯେଉଁଥିରେ ଗର୍ଭାବସ୍ଥାକୁ ଚିକିତ୍ସା ପଦ୍ଧତିରେ ଶେଷ କରିବା ଅନୁମତି ମଗାଯାଇଥିଲା । ଆବେଦନ ସମୟରେ ଯୁବତୀଙ୍କ ଗର୍ଭ ୨୭ ସପ୍ତାହର ଥିଲା । ତେବେ ଗର୍ଭର ସମୟ ଅଧିକ ହୋଇଥିଲା ଯେତେବେଳେ କି ପ୍ରେଗନେନ୍ସି ମେଡିକାଲ ଟର୍ମିନେସନ ଆକ୍ଟ ୧୯୭୧ ଅନୁସାରେ କୌଣସି ମେଡିକାଲ ଗର୍ଭପାତ କରିବାକୁ ପ୍ରସ୍ତୁତ ହେଉନଥିଲେ ।