ୟୁପି, ବିହାର ପରେ କେରଳରେ ବି ଜିନ୍ନାଙ୍କୁ ନେଇ ରାଜନୀତି, କେରଳ ରାଜ୍ୟପାଳ କହିଲେ ଏମିତି କଥା

210

କନକ ବ୍ୟୁରୋ : ଦେଶରେ ଆକାଶ ଛୁଆଁ ଅତ୍ୟାବଶକୀୟ ସାମଗ୍ରୀର ଦର, କାମ ଧନ୍ଦା ନପାଇ ଶିକ୍ଷିତ ଯୁବକ ଆନ୍ଦୋଳନ କରୁଛି ତ କେଉଁଠି ରେଳ ଲାଇନ ଆଗକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି । ଭୋକ ସୂଚକାଙ୍କ ତାଲିକାରେ ଭାରତ ସ୍ଥାନ ବଢି ବଢି ଚାଲିଛି । ବିଶ୍ୱର ସବୁଠାରୁ ଅଧିକ ଦୁଷିତ ସହର ତାଲିକାରେ ଦିଲ୍ଲୀ ସର୍ବାଗ୍ରେ ରହିଛି । ଏଭଳି ସ୍ଥିତିରେ ଏବେ ଜଣେ ମଲା ଲୋକକୁ ନେଇ ଦେଶର ରାଜନୀତି ସରଗରମ ହେଉଛି ।

ପ୍ରଥମେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ଓମ୍ ପ୍ରକାଶ ରାଜଭର ଜିନ୍ନାଙ୍କୁ ପ୍ରଶଂସା କରିବା ପରେ ବିହାର ଜେଡିୟୁର ଜଣେ ଏମଏଲସି ବି ଜିନ୍ନାଙ୍କୁ ଦେଶର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ବୋଲି ଅବିହିତ କରିଛନ୍ତି । କଥା ଏତିକିରେ ସରିନି ଜଣେ ରାଜ୍ୟପାଳ ବି ଜିନ୍ନାଙ୍କ ଜାତି ଗୋତ୍ରକୁ ନେଇ ଆଲୋଚନା କରିଛନ୍ତି । ବାରଣାସୀରେ ଚାଲିଥିବା ୩ ଦିନିଆ ସଂସ୍କୃତି ସଂସଦରେ ଯୋଗଦେବା ଅବସରରେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ କହିଛନ୍ତି କି ଜିନ୍ନାଙ୍କ ଜେଜେବାପା ମୁସଲିମ୍ ନଥିଲେ । ଜିନ୍ନାଙ୍କ ବାପା ବି ବୃଦ୍ଧ ବୟସରେ ମୁସଲିମ୍ ଧର୍ମ ଗ୍ରହଣ କରିଥିଲେ । କେବଳ ସେତିକି ନୁହେଁ କେରଳ ରାଜ୍ୟପାଳ ସଲମାନ ଖୁର୍ସିଦଙ୍କ ଲିଖିତ ପୁସ୍ତକକୁ ନେଇ କଂଗ୍ରେସକୁ କାଠଗଡାରେ ଠିଆ କରିଛନ୍ତି ।

ସଂସ୍କୃତି ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆରିଫ୍ କହିଛନ୍ତି କି “ସଲମାନଙ୍କ ପୁସ୍ତକକୁ ନେଇ ଦେଶବାସୀ ଖୁସି ନଥିବା ବେଳେ ମୁଁ ଖୁସି ଅଛି, କାରଣ ସର୍ବନିମ୍ନ ସଲମାନ ଖୁର୍ସିଦ ମାନିଛନ୍ତି କି ବୋକୋ ହରମ ଓ ଆଇଏସଆଇଏସକୁ ଖୁର୍ସିଦ ପସନ୍ଦ କରି ନାହାଁନ୍ତି”

ଅନ୍ୟପଟେ ଭାରତୀୟ ସଂସ୍କୃତିକୁ ପ୍ରଶଂସା କରି ଆରିଫ୍ କହିଛନ୍ତି କି ଭାରତୀୟ ସଂସ୍କୃତି ଏତେ ମଜବୁତ ଯେ ରାବଣ ବିରୋଧରେ ଓ ତାଙ୍କ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିଥିଲା । ଏହାସହ ସାରା ବିଶ୍ୱର ଆମ ସଂସ୍କୃତିକୁ ସୂଚନା ଆଧାରରେ ନୁହେଁ ବରଂ ଆବଶ୍ୟକ ଆଧାରରେ ଆପଣାଇଛନ୍ତି ।