କନକ ବ୍ୟୁରୋ: କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନ ବାମଦଳ ସରକାର ଉପରେ ବର୍ଷିଛନ୍ତି । କେରଳରେ ସରକାରରେ ଥିବା ଦଳକୁ ନେଇ ସେ କହିଛନ୍ତି, ମୁଁ କେରଳରେ ଜନ୍ମ ହୋଇନାହିଁ, କିନ୍ତୁ ମୁଁ ସେମାନଙ୍କ ଠାରୁ ଭଲ ମୁଣ୍ଡୁ(ଧୋତି) ବାନ୍ଧିପାରିବି । ଆରିଫ ମହମ୍ମଦ ଖାନ ଗୋଆ ଗ୍ରାମ ସମ୍ପୂର୍ଣ୍ଣ ଯାତ୍ରା ଶେଷ ହେବା ଉପଲକ୍ଷେ ଡୋନା ପାଓଲାରେ ରାଜଭବନ ପରିସରରେ ଗୋଆ ରାଜ୍ୟପାଳ ପିଏସ ଶ୍ରୀଧରନ ପିଲ୍ଲାଇଙ୍କ ଦ୍ୱାରା ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ସରକାର ଏବଂ ତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗର ଦେଖାଦେଇଥିବା ବିବାଦ ନେଇ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଅନେକ ଘଟଣା ଘଟୁଛି, କିନ୍ତୁ ଆମକୁ ଏହି ଘଟଣାକୁ ନଜର ଆନ୍ଦାଜ କରିବାକୁ ପଡିବ ।

Advertisment

କାହାର ନାଁ ନନେଇ ସେ କହିଥିଲେ, କିଛି ଲୋକଙ୍କର ପ୍ରକୃତ ସମସ୍ୟା ହେଉଛି ମୁଁ ଅନ୍ୟମାନଙ୍କଠାରୁ ଭଲ ଭାବରେ ମୁଣ୍ଡୁ(ଧୋତି) ପିନ୍ଧିପାରେ । ଯେତେବେଳେ କି ମୁଁ କେରଳରେ ଜନ୍ମ ହୋଇନାହିଁ । ଆରିଫ ଖାନ କହିଥିଲେ, କେରଳରେ ଏଭଳି କିଛି ଘଟଣା ଘଟୁଛି , କିଛି ଜିନିଷି ଘଟିଛି ଯାହାକୁ ନଜର ଅନ୍ଦାଜ କରିବା ଦରକାର । କେରଳ ସରକାର ଚଳିତ ମାସରେ ଗୋଟିଏ ଅଧ୍ୟାଦେଶ ଜାରି କରି ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିଶ୍ୱବିଦ୍ୟାଳୟର କୂଳାଧିପତି ପଦରୁ ହଟାଇଦେଇଥିଲେ । ପରେ ଡିସେମ୍ବର ୫ରେ ବିଧାନସଭା ଅଧିବେଶନ ଆହ୍ୱାନ କରାଯାଇଥିଲା।