ଯୌତୁକ ପ୍ରଥାକୁ ନେଇ କେରଳ ରାଜ୍ୟପାଳଙ୍କ ପରାମର୍ଶ । ସାର୍ଟିଫିକେଟ ନେବା ପୂର୍ବରୁ ଛାତ୍ରମାନଙ୍କ ସହ କରାଯାଉ ଚୁକ୍ତି

198

କନକ ବ୍ୟୁରୋ : କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେମାନେ ଯୌତୁକ ପ୍ରଥା ବିରୋଧରେ ଆଗକୁ ଆସନ୍ତୁ । ସେ କହିଛନ୍ତି କି ବିଶ୍ୱ ବିଦ୍ୟାଳୟ ମାନଙ୍କରେ ଏଭଳି ବ୍ୟବସ୍ଥା କରାଯିବା ଦରକାର କି, ଯେଉଁଥିରେ ଛାତ୍ର ଛାତ୍ରୀମାନେ ସାର୍ଟିଫିକେଟ ନେବା ପୂର୍ବରୁ ଚୁକ୍ତି କରନ୍ତୁ ଯେ ସେମାନେ ଯୌତୁକ ନେବେ ନାହିଁ କିମ୍ବା ଦେବେ ନାହିଁ । ଶୁକ୍ରବାର ଦିନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଉପ କୁଳପତି ମାନଙ୍କ ସହ ହୋଇଥିବା ବୈଠକରେ ରାଜ୍ୟପାଳ କହିଥିଲେ କି ଯୌତୁକ ଭଳି କୁପ୍ରଥାକୁ ସମାଜରୁ ହଟାଇବାକୁ ହେଲେ ଏହାର ଆରମ୍ଭ ପ୍ରଥମେ ଶିକ୍ଷାନୁଷ୍ଠାନ ମାନଙ୍କରୁ କରାଯିବା ଦରକାର ।

ରାଜ୍ୟପାଳ କହିଛନ୍ତି କି ଶିକ୍ଷାରୁ ମଣିଷକୁ ଜ୍ଞାନ ଓ ବିବେକ ମଳିଥାଏ, ହେଲେ ଆଜିର ଦିନରେ ଶିକ୍ଷାକୁ ବ୍ୟବହାର କରି ଯୌତୁକ ଭଳି କୁପ୍ରଥା ମାଧ୍ୟମରେ ଅର୍ଥ ରୋଜଗାର କରାଯାଉଛି । ସେ କହିଛନ୍ତି କି ଛାତ୍ର ଛାତ୍ରୀମାନେ ଚାକିରୀ କରିବା ପୂର୍ବରୁ ବିଶ୍ୱ ବିଦ୍ୟାଳରୁ ଯେତେବେଳେ ସାର୍ଟିଫିକେଟ୍ ନେବାକୁ ଆସୁଛନ୍ତି ସେତେବେଳେ ବିଶ୍ୱ ବିଦ୍ୟାଳୟ ତରଫରୁ ସେମାନଙ୍କ ସହିତ ବିବାହ ବେଳେ ଯୌତୁକ ଦେବା ଓ ନେବା ନିଷେଧ ଉପରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରାଯିବାର ଆବଶ୍ୟକତା ରହିଛି । ଏହାସହ ବିଶ୍ୱ ବିଦ୍ୟାଳୟରେ ଆଡମିଶନ ବେଳେ ବି ଅବିଭାବକଙ୍କ ଠାରୁ ଏଭଳି ଚୁକ୍ତିନାମାରେ ସ୍ୱାକ୍ଷର କରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଏନେଇ ତୁରନ୍ତ ଏକ ବୈଠକ ଡକାଯିବ ବୋଲି ସେ କହିଛନ୍ତି   ।

କହିରଖୁ କି କେବଳ କେରଳ ନୁହେଁ ଏବେ ସାରା ଦେଶରେ ଯୌତୁକ ଏକ ସମସ୍ୟା ହୋଇ ଠିଆ ହୋଇଛି । ଦୈନିକ ଦେଶର କିଛି ମହିଳା ଏହି ଯୌତୁକ ଜହ୍ଲାଦ ମାନଙ୍କ କବଳରେ ପଡି ନିର୍ଜାତନା କିମ୍ବା ହତ୍ୟାର ଶିକାର ହେଉଛନ୍ତି । ଏସବୁରୁ ମହିଳା ମାନଙ୍କୁ ମୁକ୍ତି ଦେବାକୁ ହେଲେ ସରକାରୀ ସ୍ତରରେ କୌଣସି ବଡ ପଦକ୍ଷେପର ଆବଶ୍ୟକତା ରହିଛି ।