କନକ ବ୍ୟୁରୋ : ରାସ୍ତାରେ ଧାରଣା ଦେଲେ ରାଜ୍ୟପାଳ । ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ବିରୋଧ ପରେ ତାର ପ୍ରତିବାଦ କରିଛନ୍ତି ଆରିଫ୍ ମୋହମ୍ମଦ । କୋଲାମରେ ରାସ୍ତାକଡରେ ବସି କଳାପତାକା ପ୍ରଦର୍ଶନକୁ ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୁଲିସ ବିକ୍ଷୋଭକାରୀଙ୍କୁ ହଟାଇଥିଲେ ବି ରାଜ୍ୟପାଳ ରାସ୍ତାକଡରେ ଏକ ଚେୟାର ପକାଇ ବସିରହିଥିଲେ । ପୁଲିସ ସୁରକ୍ଷା ଦେବାରେ ବିଫଳ ହେଉଥିବା କଥା ଉଠାଇ ଆଣିଥିଲ ଅଭିଯୋଗ । ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଉଠିବେ ନାହିଁ ବୋଲି ଜିଦ କରି ବସି୍ଥିଲେ । ଏବେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି   । ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି । ଷ୍ଟୁଡେଂଟ ଫେଡେରେସନର ବିରୋଧକୁ ପ୍ରତିବାଦ କରି କାର୍ଯ୍ୟନୁଷ୍ଠାନ ଦାବି ପରେ ତାଙ୍କୁ ଏହି ସୁରକ୍ଷା ମିଳିଛି ।