କନକ ବ୍ୟୁରୋ : କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ହଠାତ ଗାଡିରୁ ଉହ୍ଲାଇଲେ ଓ ରାସ୍ତା ମଝିରେ ଚୌକି ପକାଇ ବସିଲେ । କହିଲେ ମୋତେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା କରାଇଦିଅ । ଏହା ଦେଖି ଦେଖଣାହାରୀ ଚକିତ ହୋଇଗଲେ । ଏହାର କାରଣ ଯାହା ଜଣାପଡିଛି ରାଜ୍ୟପାଳ ଆରିଫ୍ ମହମ୍ମଦ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କେରଳର ବାମଦଳ ସମର୍ଥିତ ଛାତ୍ର ସଂଗଠନ ଏସଏଫଆଇ ବା ଷ୍ଟୁଡେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ ଆରିଫ୍ ମହମ୍ମଦ ଯାଉଥିବା ରାସ୍ତାରେ ତାଙ୍କୁ କଳାପତାକା ଦେଖାଇ ବିରୋଧ କରିଥିଲେ । ଏହାସହ ଆରିଫ୍ ଅହମ୍ମଦ ଗୋ ବ୍ୟାକ ନାରା ମଧ୍ୟ ଲଗାଇଥିଲେ ।

Advertisment

କେବଳ ସେତିକି ନୁହେଁ ଆରିଫ୍ ମହମ୍ମଦ ପୋଲିସ ଊପରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ପୋଲିସ ଏସଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ରୋକିବାରେ ବିଫଳ ହୋଇଛି । ଏଥିରେ ବ୍ୟତିବ୍ୟସ୍ତ ହୋଇ ଆରିଫ ମହମ୍ମଦ ତାଙ୍କ ନିକଟରେ ଥିବା ଜଣେ ସହଯୋଗୀଙ୍କୁ କହିଥିଲେ କି, ମୋତେ ଅମିତ ଶାହାଙ୍କ ସହ କଥା କରାଇଦିଅ ଯଦି ସମ୍ଭବ ନ ହେଉଛି ତେବେ ପ୍ରଧାନମନ୍ତ୍ରୀଙ୍କ ସହ କଥା କରାଇଦିଅ ।

ଜଣେ ଆଇପିଏସ ଅଫିସର ରାଜ୍ୟପାଳଙ୍କୁ କହିଥିଲେ କି, ଏଠାରୁ ଚାଲିଯିବା ଉଚିତ । ଏହାର ଜବାବରେ ରାଜ୍ୟପାଳ କହିଛନ୍ତି କି, ମୁଁ ଏଠାରୁ ଯିବି ନାହିଁ, ଏଠାରେ ପୋଲିସ ଏସଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ସମର୍ଥନ ଦେଉଛନ୍ତି । ସେପଟେ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।