କନକ ବ୍ୟୁରୋ: କେରଳ ସରକାରଙ୍କ ନୂଆ କଟକଣା । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ । ରାଜ୍ୟରେ ଦିନକୁ ଦିନ ମଦପାନ ଜନିତ ଦୁର୍ଘଟଣା ଓ ଅପରାଧ ବୃଦ୍ଧିକୁ ଦୂରେଇବା ପାଇଁ ମୁଖ୍ୟମନ୍ତ୍ରୀ ପି,ବିଜୟନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।
ଏଥିସହ ରାଜ୍ୟରେ କିଭଳି ସୁରକ୍ଷିତ ଯାନବାହନ ଚଳାଚଳ ହେବ, ନିୟମ ଉଲ୍ଲଂଘନକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବ ତା ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବାଇକ ଓ କାରଷ୍ଟଣ୍ଟ ରୋକିବାକୁ ସାଇବର ପାଟ୍ରୋଲିଂକୁ ଅଧିକରୁ ଅଧିକ ମଜବୁତ କରିବା ଉପରେ ଫୋକସ କରିଛନ୍ତି କେରଳ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/alcohol-shots-pti-1616412545-1648630518.jpg)