ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା : ବିନା ହାତରେ ଜନ୍ମ ହୋଇଥିବା ଦେବିକା ଗୋଡରେ ପରୀକ୍ଷା ଦେଇ ଦଶମ ବୋର୍ଡରେ ହାସଲ କଲେ ଏ+ ଗ୍ରେଡ୍ 

2,811

ଇଚ୍ଛାଶକ୍ତି ଆଗରେ ସବୁ ହାର ମାନେ ବୋଲି ସାବ୍ୟସ୍ତ କରିଦେଇଛନ୍ତି କେରଳର ଝିଅ ଦେବିକା । ସବୁବେଳେ ସଫଳତା ପାଇଁ ପୂର୍ଣ୍ଣାଙ୍ଗ ମଣିଷ ଭାବେ ଜନ୍ମ ଗ୍ରହଣ କରିବା ଜରୁରୀ ନୁହେଁ। ସଫଳତା ଅଙ୍ଗ ନୁହେଁ ବରଂ ମନୋବଳରେ ଥାଏ ବୋଲି ପ୍ରମାଣ କରିଦେଖାଇଛନ୍ତି । ମାଲ୍ଲାପୁରମ ଅଞ୍ଚଳର ଦେବିକା ବିନା ହାତରେ ଜନ୍ମଲାଭ କରିଥିଲେ। ପିଲାଟି ଦିନରୁ ହାତ ନଥାଇ ବି ସେ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଦଶମ ବୋର୍ଡ ପରୀକ୍ଷାରେ ଦେବିକା ତାଙ୍କ ଗୋଡ଼ରେ ଲେଖି ପରୀକ୍ଷା ଦେଇଥିଲେ ଓ ସବୁ ବିଷୟରେ ଏ+ ଗ୍ରେଡ୍ ପାଇ ଚର୍ଚ୍ଚା ପାଲଟିଛନ୍ତି।

ଦେବିକାଙ୍କୁ ତାଙ୍କର ଏହି ସଫଳତା ପାଇଁ କେରଳ ପୁଲିସ୍ ମୁଖ୍ୟ ଲୋକନାଥ ବେହେରା ସମ୍ବର୍ଦ୍ଧନା ଦେଇଛନ୍ତି । ଦେବିକାଙ୍କୁ ସମ୍ମାନିତ କରିବା ପରେ ପୁଲିସ୍ ମୁଖ୍ୟ ଲୋକନାଥ କହିଥିଲେ ଯେ, ‘ଏହା କେବଳ ଦେବିକାଙ୍କ ଇଚ୍ଛା ଶକ୍ତି ଓ ମାନସିକ ବଳ ପାଇଁ ସମ୍ଭବ ହୋଇପାରିଛି।’ ଦେବିକାଙ୍କ ପରିବାର ଲୋକଙ୍କ କହିବାନୁସାରେ ଦେବିକା ବହୁତ ଭଲ ପାଠ ପଢ଼ନ୍ତି ନାହିଁ। ମାତ୍ର ଏହା ତାଙ୍କ ଗୃହିଣୀ ମାଆଙ୍କ ପ୍ରଚେଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି।