source : www.freepressjournal.in
ସାରା ଦେଶରେ କେରଳର ଲଗାଣ ବର୍ଷା ପାଇଁ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛିା ୧୦୦ବର୍ଷର ଇତିହାସରେ କେରଳରେ ଏପରି ଘଟିନଥିବା ବେଳେ ଏଭଳି ପରିସ୍ଥିତି ଦେଖି ଭୟଭୀତ ହୋଇଛନ୍ତି ଲୋକେ । ଏ ପର୍ୟ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରି ସାରିଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି । ଲୋକମାନଙ୍କୁ ଉଦ୍ଧାର କରିବା କରିବା ପାଇଁ ଏନ୍ଡ଼ିଆର୍ଏଫ୍କୁ ନିଯୋଜିତ କରାଯାଇଥିବା ବେଳେ ହେଲିକପ୍ଟରକୁ ମଧ୍ୟ ଏହି କାମରେ ନିଯୋଜିତ କରାଯାଇଛି । କିଛି ଦିନ ତଳେ ଜଣେ ଗର୍ଭବତୀ ମହିଳାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ଡ଼ାକ୍ତରଖାନା ନେବା ପାଇଁ କୌଣସି ବାଟ ନଥିବାରୁ ହେଲିକପ୍ଟର ମାଧ୍ୟମରେ ତାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚା ଯାଇଥିଲା । ଏବେ ମହିଳାଙ୍କ ପ୍ରସବ ସଫଳ ହୋଇଥିବା ବେଳେ ସେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ,କେରଳର ଅଲୁବାରେ ଥିବା ଗାଁରୁ ସାଜିଦା ଜବିଲ ନାମକ ଜଣେ ଗର୍ଭବତୀ ମହିଳାଙ୍କ ଓ୍ଵାଟର ବ୍ୟାଗ୍ ଫାଟି ଯିବାରୁ ତାଙ୍କୁ ତୁରନ୍ତୁ ହେଲିକପ୍ଟର ଯୋଗେ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଏବେ ତାଙ୍କର ସଫଳ ପ୍ରସବ କରାଯିବା ପରେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ଏହା ସହ ହେଲକପ୍ଟରରେ ନିଆ ଯାଉଥିବା ସମୟରେ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି ।
Follow Us
/kanak/media/post_attachments/wp-content/uploads/2018/08/kerala_pregnant_social-300x169.jpg)