୪ ଦିନର ଲଗାଣ ବର୍ଷା ପରେ କେରଳରେ ବନ୍ୟା ବିତ୍ପାତ : ଆଖିଆଗରେ ଭାସିଗଲା ଘର, ଦ୍ୱାର; ମୃତ୍ୟୁସଂଖ୍ୟା ଟପିଲା ୩୦

ରାଜ୍ୟରେ ଜରୁରୀକାଳିନ ସ୍ଥିତି ଘୋଷଣା କଲେ ପିନାରାୟୀ ସରକାର

124

କନକ ବ୍ୟୁରୋ : କେରଳରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ଏଥିଜନିତ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତ ଟପିଛି । ଫଳରେ ରାଜ୍ୟର ୧୧ଟି ଡ୍ୟାମ୍‌ ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି । ବର୍ଷା ଓ ବନ୍ୟା ଏଭଳି ହୋଇଛି ଯେ ବଡ଼ ବଡ଼ କୋଠା ଗୁଡ଼ିକ ତାସ ଘର ଭଳି ନଦୀ ଗର୍ଭରେ ଲୀନ ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଏର୍ନାକୁଲମ ଏବଂ ଇଡ଼ୁକ୍କିରେ ହାଇ ଆଲର୍ଟ ଜାରି ହୋଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନ ଆଜି ଏକ ଜରୁରୀ ବୈଠକ କରିଛନ୍ତି ଏବଂ କିଛି ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଇଡ଼ୁକ୍କି ଜଳଭଣ୍ଡାର ପାଇଁ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି ।

ରାଜ୍ୟରେ ପ୍ରଭାବିତ ଲୋକଙ୍କ ପାଇଁ ୨୪୭ ଶିବିର ଖୋଲା ଯାଇଛି । ଅକ୍ଟୋବର ୨୦-୨୨ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଏକାଧିକ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଦଲାଇଲାମା କେରଳରେ ଏତେ ସଂଖ୍ୟକ ଜୀବନ ହାନି ନେଇ ଦୁଃଖତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନ ଆଜି ଏକ ଜରୁରୀ ବୈଠକ କରିଛନ୍ତି ଏବଂ କିଛି ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଇଡ଼ୁକ୍କି ଜଳଭଣ୍ଡାର ପାଇଁ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି । ପ୍ରକାଶ କରିଛନ୍ତି ଏବଂ କେରଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳରେ ବନ୍ୟା ସ୍ଥିତିକୁ ଅତି ଭଲଭାବେ ସମୀକ୍ଷା କରୁଛନ୍ତି । କେନ୍ଦ୍ରଠାରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏନ୍‌ଡିଆରଏଫ୍‌ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ଟିମ୍‌ ମୁତୟନ କରିଛି । ଅନ୍ୟପକ୍ଷରେ କେରଳରେ ବର୍ଷା ଏବଂ ବନ୍ୟାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପିନାରାୟୀ ବିଜୟନ ସରକାର ସଠିକ୍‌ ସମୟରେ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।