source : Livemint
କେରଳରେ ପ୍ରକୃତି ଶତାବ୍ଦୀର ବଡ ପ୍ରଳୟକୁ ଆହ୍ୱାନ ଦେଇଛି । ଏହି ଭୟଙ୍କର ଜଳପ୍ରଳୟରେ ୩୭୦ ନୀରିହ ଜୀବନର ଅନ୍ତ ହୋଇଯାଇଛି । ସାତଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି । ପ୍ରାରମ୍ଭିକ ଅନୁମାନ ମୁତାବକ ଏହି ବନ୍ୟାରେ ୨୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ତେବେ ବର୍ଷା ପରେ ଏଭଳି ବଡ ଧରଣର କ୍ଷୟକ୍ଷତି କାହିଁକି ଏବଂ କେଉଁ କାରଣରୁ ହେଲା ଏହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଫସିଥିବା ଲୋକଙ୍କୁ କେରଳରୁ ବାହାର କରିବାକୁ ପ୍ରୟାସ କରାଯାଉଛି ।
ମୌସୁମୀ ପବନ ଆଗକୁ ବଢିବା ବଦଳରେ କେରଳରେ ହିଁ ଅଟଳିଗଲା :
ଏହି ମୌସୁମୀରେ କେରଳରେ ୪୨% ଅଧିକ ବର୍ଷା ନିଜର ଉତ୍ପାତ ଦେଖାଇଲା । ତିନୋଟି ଜିଲ୍ଲା ଛାଡି ବାକି ୧୧ ଜିଲ୍ଲାରେ ସାମାନ୍ୟଠାରୁ ଅଧିକ ବର୍ଷା ହେଲା ।
ବର୍ଷା ଦାଉ ସାଧିବା ପରେ ମଧ୍ୟ ବନ୍ଧକୁ ଖୋଲିବାରେ ବିଳମ୍ବ କରାଗଲା :
ସୁଚନା ଅନୁସାରେ ବନ୍ଧକୁ ଖୋଲିବାରେ ମଧ୍ୟ ବଡଧରଣର ତ୍ରୁଟି ଦେଖାଗଲା । ପାଣିକୁ ଧିରେ ଧିରେ ଛାଡିବା ପରିବର୍ତ୍ତେ ଅପେକ୍ଷା କରାଗଲା । ଯେତେବେଳେ ୮୦ ବନ୍ଧରେ ଜଳାଶୟରେ ପାଣି ଭର୍ତ୍ତି ହେଲା ସେତେବେଳେ ଗେଟକୁ ଖୋଲାଗଲା । ଏହି ଦ୍ରୁତ ବେଗରେ ଆସୁଥିବା ପାଣି କେରଳବାସୀଙ୍କ ପାଇଁ କାଳ ପାଲଟିଗଲା ।
ସାତଲକ୍ଷରୁ ଅଧିକ ଲୋକ ହେଲେ ବାସହରା :
କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନଙ୍କ କହିବାନୁସାରେ ରାଜ୍ୟରେ ଆସିଥିବା ବିନାଶକାରୀ ବନ୍ୟାରେ ବାସହରା ହୋଇଥିବା ୭୨୪,୬୪୯ ଜଣ ଲୋକ ୫,୬୪୫ ଶିବିରରେ ଆଶ୍ରୟ ନେଇଛନ୍ତି । ସବୁଠୁ ଭୟାବହ ବନ୍ୟା ମଧ୍ୟରେ ଗୋଟିଏ ପାଲଟିଥିବା ଏହି ବନ୍ୟାରେ ୩୭୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ରାଜ୍ୟର ଭାରିମାତ୍ରାର କ୍ଷୟକ୍ଷତି ହୋଇଛି ।
୨୨ ହଜାର ଲୋକଙ୍କ ଜୀବନ ବଞ୍ଚାଗଲା : ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ନୌସେନା ଏବଂ ବାୟୁସେନା ସମେତ ବିଭିନ୍ନ ଏଜେନ୍ସିର ସାହାଯ୍ୟ କ୍ରମେ ଜଳମଗ୍ନ ହୋଇଥିବା କେରଳରୁ ପାଖାପାଖି ୨୨,୦୩୪ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ୫୦ ହଜାର ଟନ୍ ଖାଦ୍ୟ ଏବଂ ୬୦ ଟନ୍ ମେଡିସିନ୍ ପ୍ଲେନରେ ପଠାଗଲା । ଟ୍ରେନରେ ୧୪ ଲକ୍ଷ ଲିଟର ପାଣି ଯୋଗାଇ ଦିଆଯିବା ସହ କମ୍ବଳ ଏବଂ ଚାଦର ମଧ୍ୟ ଯୋଗାଇ ଦିଆଗଲା ।
Follow Us
/kanak/media/post_attachments/wp-content/uploads/2018/08/2737274333-300x168.jpg)
/kanak/media/post_attachments/wp-content/uploads/2018/08/3069963442-300x226.jpg)
/kanak/media/post_attachments/wp-content/uploads/2018/08/abc01e53_ef44_4311_b622_283889c3de15-300x169.jpg)
/kanak/media/post_attachments/wp-content/uploads/2018/08/weather-monsoon-rain-causes-flood-in-kerala_d3d3feb0-a1fe-11e8-851c-9c4102be3c4e-300x169.jpg)