କେରଳରେ ହୋଇଥିବା ବନ୍ୟା ଏପର୍ୟ୍ୟନ୍ତ ୩୨୪ଜଣ ଲୋକଙ୍କ ଜୀବନ ନେଇ ସାରିଲାଣି । ସରକାରଙ୍କ ତରଫରୁ ଲୋକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଜଣେ ଗର୍ଭବତୀ ମହିଳାଙ୍କୁ ହେଲିକପ୍ଟର ସାହାଯ୍ୟରେ ନିଆଯାଇ ତାଙ୍କର ପ୍ରସବ କରାଯିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ମହିଳାଙ୍କୁ ୨୫ଟି କୁକୁର ସହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ବନ୍ୟାଜଳରେ ଘରର ସବୁ ଜିନିଷ ଭାସି ଯାଉଥିବା ବେଳେ ଉଦ୍ଧାରକାରୀ ଦଳ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ମହିଳା ଜଣକ ଘରେ ଥିବା ୨୫ଟି କୁକୁରକୁ ଛାଡ଼ି ଯିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ଏହା ପରେ ବାଧ୍ୟ ହୋଇ ଉଦ୍ଧାରକାରୀ ଦଳ ୨୫ଟି କୁକୁର ସହ ମହିଳାଙ୍କୁ ଉଦ୍ଧାର କରିଥିଲେ ।
ସୂଚନା ମୁତାବକ,ଏହି ଘଟଣାରେ ଘଟିଥିଲା କେରଳର ତ୍ରିଶୁରରେ । କେରଳର ତ୍ରିଶୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ମଧ୍ୟରୁ ଗୋଟିଏ । ହଠାତ୍ ବନ୍ୟା ଜଳ ପ୍ରବେଶ କରିବାରୁ ସୁନୀତା ନାମ୍ନୀ ଜଣେ ମହିଳାଙ୍କୁ ଘର ଭିତରୁ ଆଣିବା ପାଇଁ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । କିନ୍ତୁ ମହିଳା ଜଣଙ୍କ ଏକା ଯିବା ପାଇଁ ମନା କରିବା ସହ ଘରେ ଥିବା ୨୫ଟି କୁକୁରଙ୍କୁ ଉଦ୍ଧାର କରାଯିବା ପରେ ମୁଁ ଯିବି ବୋଲି କହିଥିଲେ । ପରେ ମହିଳାଙ୍କ ସମେତ ତାଙ୍କ ୨୫ଟି କୁକୁରକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/dc-Cover-i19368jkj9o8bk8h00p53r0nj6-20180818162110.Medi_.jpeg)
/kanak/media/post_attachments/wp-content/uploads/2018/08/dogs-dreamstime-300x200.jpg)
/kanak/media/post_attachments/wp-content/uploads/2018/08/rho71dtevoqe41txskum-300x178.jpg)