କୃତ୍ରିମ ପୋଖରୀରେ ବାଲଟି ସାହାଯ୍ୟରେ ମୋତିଚାଷ କରି ମାଲାମାଲ୍ ଏହି ପ୍ରଫେସର୍ ଚାଷୀ : ବିଦେଶକୁ ରପ୍ତାନୀ ହେଉଛି ମୂଲ୍ୟବାନ ମୋତି ।

1,386

ବିଶ୍ୱ ବଜାରରେ ସମୂଦ୍ରରୁ ଉତ୍ପନ୍ନ ହେଉଥିବା ବହୁମୂଲ୍ୟ ସମ୍ପଦ ମୋଦିର କେତେ ଯେ ଚାହିଦା ତାହା ଆପଣ ଭଲ ଭାବେ ଜାଣିଥିବେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ଚାଷୀ ୨ ଦଶନ୍ଧୀ ଧରି ନିଜ ଅଗଣାରେ ବାଲଟି ସାହାଯ୍ୟରେ ମୋତି ଚାଷ କରୁଛନ୍ତି । କେରଳର କାସରଗୋଡ଼ ଅଞ୍ଚଳର ୬୫ ବର୍ଷୀୟ କେ.ଜେ ମାଥଚନ୍ ନିଜ ପୋଖରୀରେ ପ୍ରତିବର୍ଷ ୫୦ ବାଲଟିରୁ ଅଧିକ ମୋତି ଚାଷ କରୁଛନ୍ତି । ଏହି ମୋତିକୁ ଅଷ୍ଟ୍ରେଲିଆ,ସାଉଦି ଆରବ,କୁୱେତ୍ ଏବଂ ସ୍ୱିଜରଲ୍ୟାଣ୍ଡ୍ ଭଳି ଦେଶକୁ ରପ୍ତାନୀ କରାଯାଏ । ଯେଉଁଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରି ଲାଭବାନ୍ ହୁଅନ୍ତି ।

ସାଉଦି ଆରବର କିଙ୍ଗ୍ ଫହଦ୍ ୟୁନିଭର୍ସିଟି ଅଫ୍ ପେଟ୍ରୋଲିୟମ୍ ଆଣ୍ଡ୍ ମିନେରାଲ୍ସର ଦୁରସଂଚାର ବିଭାଗରେ ପ୍ରଫେସର୍ ଥିବା ମାଥଚନଙ୍କୁ କାମରେ ଚୀନ୍ ଯିବାକୁ ପଡ଼ିଲା । ଚୀନ୍ ଯାତ୍ରା ସମୟରେ ସେ ଦନ୍ସୁୟୀ ମତ୍ସ୍ୟ ଅନୁସନ୍ଧାନ କେନ୍ଦ୍ର ବୁଲିବାକୁ ଯାଇଥିଲେ । ଆଉ ଏହି ସମୟରେ ମୋଦି ଉତ୍ପାଦନ ସମ୍ବନ୍ଧୀତ ଡିପ୍ଲୋମା କୋର୍ସ ବିଷୟରେ ସେ ଜାଣିବାକୁ ପାଇଥିଲେ । ସେତେବେଳେ ସେ ଏହି କୋର୍ସରେ ନାମ ଲେଖାଇଥିଲେ । ସେ ପ୍ରଫେସର୍ ଚାକିରୀ ଛାଡ଼ି ଏହି କୋର୍ସ କରିବା ପାଇଁ ଚୀନ୍ ଚାଲିଗଲେ । ୬ ମାସ ପରେ ତାଙ୍କ କୋର୍ସ ଶେଷ ହେବା ପରେ ୧୯୯୯ ରେ ସେ ଏହି ଚାଷ କରିବା ଆରମ୍ଭ କଲେ ।

ମହାରାଷ୍ଟ୍ରର ପଶ୍ଚିମଘାଟ ନଦୀରୁ ବାହାରୁଥିବା ଶାମୁକା ଏବଂ ମୋତିଚାଷ ପାଇଁ ଅନ୍ୟାନ୍ୟ ସାଧନ ଆଣି ଘରର ବାଡ଼ିପଟ ଅଗଣାରେ କୃତ୍ରିମ ପୋଖରୀ କରି ସେ ଚାଷ କରିବା ଆରମ୍ଭ କଲେ । ୧୮ ମାସ ପରେ ୫୦ ବାଲଟି ମୋତି ଉତ୍ପାଦନ କରି ସେ ଖୁବ୍ ଲାଭବାନ୍ ହେଲେ । ପ୍ରଥମ ଉଦ୍ୟମରେ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ମାଥଚନଙ୍କୁ ୪.୫ ଲକ୍ଷ ଟଙ୍କାର ଲାଭ ହେଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।