ଗତ ନଭେମ୍ବର ୧୫ରେ ଏକ ଦମ୍ପତ୍ତି ନିଜ ବିବାହର ୫୩ବର୍ଷ ପୂର୍ତ୍ତିକୁ ବହୁତ ଖୁସିରେ କଟାଇଥିଲେ। ଦୀର୍ଘ ୫୩ବର୍ଷ ସାଥୀ ହୋଇ ରହିବା ପରେ କିଛି ସମୟ ମଧ୍ୟରେ ଦମ୍ପତ୍ତିଙ୍କ ସହିତ ଏମିତି ଘଟଣା ଘଟିବ କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ସ୍ୱାମୀଙ୍କ ମୃତ୍ୟୁର ଦୁଃଖ ପତ୍ନୀଙ୍କ ଉପରେ ଏପରି ଭାବେ ପଡ଼ିଥିଲା କି ୪ରୁ ୫ଘଣ୍ଟା ମଧ୍ୟରେ ତାଙ୍କର ବି ପ୍ରାଣବାୟୁ ଉଡି ଯାଇଥିଲା।

Advertisment

publive-image

ପିଏମ୍‌ ଜୋସ୍‌ ଓ ଲିଲମ୍ମା ଜୋସ୍‌ କୋଚ୍ଚିର ମୁଲନତୁରାତି ଅଞ୍ଚଳରେ ବସବାସ କରୁଥିଲେ। ପରିବାରଲୋକଙ୍କ କହିବାନୁସାରେ, ପିଏମ୍‌ ଜୋସ୍‌ଙ୍କ ମଙ୍ଗଳବାର ସନ୍ଧ୍ୟାରେ ନିଶ୍ୱାସ ନେବାରେ ବହୁ ଅସୁବିଧା ହୋଇଥିଲା। ତେଣୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ସକାଳ ୭.୩୦ରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ପତ୍ନୀ ଲିଲମ୍ମା ଭାଙ୍ଗି ପଡ଼ିଥିଲେ। ଏହି ଦୁଃଖ ତାଙ୍କ ଉପରେ ଏମିତି ଭାବେ ପଡ଼ିଥିଲା କି ଧୀରେଧୀରେ ତାଙ୍କ ସ୍ୱାସ୍ଥାବସ୍ଥା ବି ବିଗିଡ଼ିବାରେ ଲାଗିଥିଲା। ପରିବାର ଲୋକେ ତାଙ୍କୁ ନେଇ ଲେକସୋର ହସ୍‌ପିଟାଲରେ ପହଞ୍ଚିଥିଲେ, ଯେଉଁଠାରେ ଡାକ୍ତର ୧୨ଟା ସମୟରେ ଲିଲମ୍ମାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।