କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବୟାନ ଦେଶର ଅନ୍ୟକିଛି ରାଜ୍ୟର ପାରଦ ବଢାଇ ଦେଇଛି । ଏକ ଜନସଭାକୁ ସମ୍ବୋଧିତ କରି ଯୋଗୀ କହିଥିଲେ କି କେରଳ ଓ ପଶ୍ଚିମବଙ୍ଗ ଭଳି ଉତ୍ତର ପ୍ରଦେଶ ହେବା ପୂର୍ବରୁ ରାଜ୍ୟବାସୀ ରାଜ୍ୟକୁ ରକ୍ଷା କରିବେ । ଯୋଗୀଙ୍କ ଏଭଳି ବୟାନ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ବିଜୟନ ଏକ ଭିଡିଓ ଜାରି କରି କହିଛନ୍ତି କି, “ୟୁପି କାଳେ କେରଳ ଭଳି ହୋଇଯିବ ଏନେଇ ଯୋଗୀଙ୍କ ଭୟ ଘାରିଛି,” ଏହାସହ ବିଜୟନ ଜାରି କରିଥିବା ଭିଡିଓରେ କହୁଛନ୍ତି କି, ଦେଶର ସର୍ବଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥ, ସମାଜ କଲ୍ୟାଣ, ଲୋକଙ୍କର ଉଚ୍ଚ ଜୀବନ ଶୈଳୀ ଭଳି ଯଦି ୟୁପି ହୋଇଯାନ୍ତା ତେବେ ସେଠାରେ ଧର୍ମ ଆଧାରରେ ଲୋକମାନେ ହତ୍ୟାର ଶିକାର ହୁଅନ୍ତେ ନାହିଁ । ୟୁପି କେବେ କେରଳ ଭଳି ହେବ ସେନେଇ ଲୋକମାନେ ଆଶାବାନ୍ଧି ବସିଛନ୍ତି ।

Advertisment

କହିରଖୁ କି ଯୋଗୀ ଆଦିତ୍ୟନାଥ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓରେ ସେ କେରଳ ଓ ପଶ୍ଚିମବଙ୍ଗ ବାବଦରେ କହିବାକୁ ଯାଇ ଭୋଟର ମାନଙ୍କୁ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଥିଲେ ।