ରେ ମଣିଷ ତୁ କ’ଣ ଏତେ ନିର୍ଦ୍ଧୟ ! କ’ଣ ମଣିଷ ମନରୁ ମରିଗଲାଣି କି ମାନବିକତା ? କେରଳରେ ପୁଣି ପଶୁ ପ୍ରତି ବର୍ବରତା । ପ୍ରଥମେ ହାତୀ ଏବେ ମଇଁଷି , ମଣିଷ ଖାଇଲା ଗର୍ଭବତୀ ମଇଁଷି ମାଉଁସ , ୬ ସଇତାନକୁ ଗିରଫ କଲା ପୁଲିସ୍

606

କନକ ବ୍ୟୁରୋ : ସୀମା ଟପିଲା ବର୍ବର ଓ ନୃସଂଶତା । ପୁଣି ଲେଉଟିଲା ମଣିଷର ସୈତାନ କାଣ୍ଡ । ନିଜର ଭୋକ ମେଂଟାଇବା ଲାଗି ଘଟାଇଲା ଲୋମଟାଙ୍କୁରା ଘଟଣା । ପାଶବିକତା ସୀମା ଟପିଲା ମଣିଷ । ମନରେ ଦୟାମାୟା ଓ ବିବେକ ସବୁକୁ ଜଳାଜଂଳି ଦେଇ ନିରୀହ ପଶକୁ ଖିନଭିନ କରି ହତ୍ୟାକଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ କେରଳର ସେହି ଗର୍ଭବତୀ ହାତୀ ମୃତ୍ୟୁର କାହାଣୀ ତାଜା ହୋଇଯାଇଛି । କେତେ ତଳକୁ ଯାଇପାରେ ମଣିଷ ତାହାର ଜ୍ୱଳନ୍ତ ଉଦାହରଣ ଦେଇଛି ନର ରୂପୀ ରାକ୍ଷସ ।

କେରଳ ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ସ୍ତବ୍ଧ ହୋଇଗଲା ଦେଶ । ମଣିଷ ଏମିତି କେମିତି କରିପାରେ ? ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏକ ଗର୍ଭବତୀ ମଇଁଷିକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ଯେତିକି ଚକିତ ଓ ଦୁଃଖ ଦେଇଛି ତାହାଠୁ ଆହୁରି ଅଧିକ ଦେଲା ଯେତେ ବେଳେ ଜଣାପଡିଲା କି ମଇଁଷିଟି ଗର୍ଭବତୀ ଥିଲା । ମାତୃତ୍ୱ ଲାଭ କରିବା ପୂର୍ବରୁ ସୈତାନ ମଣିଷ ତାକୁ ଖଣ୍ଡଖଣ୍ଡ କରି ହତ୍ୟାକରିବା ସହ ପେଟରେ ଥିବା ବିକଶିତ ଭୃଣକୁ ବି ହତ୍ୟା କରିଦେଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଚଢାଉ କରିବା ବେଳେ ହତ୍ୟାକାରୀଙ୍କ ଘରୁ ପାଖାପାଖି ୨୫ କିଲୋ ମାଂସ ଜବତ କରିଛି । ପ୍ରଥମେ ମଇଁଷି ଗର୍ଭବତୀ ଥିବା କଥା ଜଣାପଡିନଥିଲା କିନ୍ତୁ ପୋଷ୍ଟମୋର୍ଟମ ହେବା ପରେ ଗର୍ଭବତୀ କଥା ସାମ୍ନାକୁ ଆସିଲା ।

ବର୍ବରତାର ସୀମା ପାର…
କେରଳରେ ପୁଣି ପଶୁହତ୍ୟା
ଏଥର ହାତୀ ନୁହେଁ ମଣିଷ ହାତରେ ଗଲା ମଇଁଷି ଜୀବନ
ମଇଁଷି ମାରି ମାଉଁସ ଖାଇଲା ମଣିଷ

ନିଜର ସୈତାନୀ ବୁଦ୍ଧି ଓ ପେଟର ଭୋକ ମେଂଟାଇବାକୁ ବଳି ପକାଇଦେଲେ ନିରୀହ ପଶୁକୁ । କାହାର କିଛି ବି କ୍ଷତି ନକରି ବଣରେ ଘୂରି ବୁଲୁଥିଲା ମଇଁଷି । କିନ୍ତୁ ଚଣ୍ଡାଳ ମଣିଷ ଯେ, ତାହାର ହତ୍ୟା କରିବ ସେ କଥା ସେ ବା ଜାଣିବ କିପରି? ନିରୀହ ପଶୁକୁ ହତ୍ୟା କରିବା ବେଳେ ପେଟରେ ବଢୁଥିବା କଅଁଳ କଢି କଥା ବି କେହି ମୁହୂତ୍ତ ପାଇଁ ଚିନ୍ତା କଲାନାହିଁ ଏ ରାକ୍ଷସ ।

ମିଳିଥିବା ସୂଚନା ଅନୁସାରେ, ମଇଁଷିଟିକୁ ଗୁଳି କରି ହତ୍ୟା କରିଛନ୍ତି ହତ୍ୟାକାରୀ । ପଶୁଟିକୁ ହତ୍ୟାକରିବା ପରେ ହାଡ, ଶବ ଓ ଅନ୍ୟାନ୍ୟ ଶିକାର ସରଜାଂମ ଜଙ୍ଗଲରେ ହିଁ ଫୋପାଡି ଦେଇଥିଲେ । ହତ୍ୟାପରେ ନିଜ ଭିତରେ ୨୦୦ କେଜି ମାଂସ ବି ବାଂଟିନେଇଥିଲେ । ତେବେ ପୋଲିସ ହାତରୁ ଖସିଯିବା ପାଇଁ ଅପରାଧୀ ବହୁ ଚେଷ୍ଟା କରିଥିଲେ ବି ଅସଫଳ ହୋଇଛନ୍ତି । ହତ୍ୟାକାଣ୍ଡ ମାମଲାରେ ୬ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ତେବେ କେରଳରେ ଗର୍ଭବତୀ ହାତୀକୁ ବାରୁଦ ଭରା ସପୁରୀ ଖାଇବାକୁ ଦେଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ସେତେବେଳେ ସେହି ଘଟଣାକୁ ନେଇ ସାରା ଦେଶ ଦୋହଲି ଯାଇଥିଲା କେତେ ତଳକୁ ମଣିଶ ଖସିପାରେ ତାହାକୁ ନେଇ ଚର୍ଚ୍ଚା ବି ଜୋର ଧରିଲା କିନ୍ତୁ ଘଟଣା ଘଟିବାର ମାତ୍ର ୨ ମାସ ନହେଉଣୁ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି ।

ଏକ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଲକଡାଉନ ସମୟରେ ପଶୁମାନଙ୍କ ଉପରେ ନିର୍ଦୟତା ବୃଦ୍ଧି ପାଇପାରେ ଲାଗିଛି । ପୂର୍ବରୁ ଦେଶରେ ମାଙ୍କଡ ଓ ଅନ୍ୟ ଜୀବଜନ୍ତୁଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି । ଜୁନ୍ ମାସରେ ତେଲେଙ୍ଗାନାରେ ଏକ ମାଙ୍କଡକୁ ଫାଶୀ ଦିଆଯାଇଥିବା ଘଟଣା ବି ସାମ୍ନାକୁ ଆସିଥିଲା । ତେବେ ବାରମ୍ବାର ନିରୀହ ପଶୁମାନେ ମଣିଷ ଦ୍ୱାରା ନିର୍ଯାତିତ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ବିଶ୍ୱରେ ଅସନ୍ତୋଷ ବୃଦ୍ଧି ପାଉଛି ।