ଖବରକାଗଜରୁ ପ୍ରସ୍ତୁତ ହେଲା “ପେପର୍ ଟ୍ରେନ୍” : ୧୨ ବର୍ଷ ବୟସ ବାଳକର ସୃଜନଶୀଳତା ଦେଖି ବାଃ ବାଃ କଲା ରେଳ ମନ୍ତ୍ରାଳୟ

1,105

ତାଲାବନ୍ଦ ଯୋଗୁଁ ଘରେ ବନ୍ଦ ହୋଇଯାଇଛି ଜୀବନ । କରୋନା କଟକଣାର ନିୟମ ପାଳି ଏବେ କାଁ ଭାଁ ଲୋକ ବାହାରକୁ ବାହାରୁଛନ୍ତି । ପିଲାମାନଙ୍କ ସ୍କୁଲ,କଲେଜ୍ ସବୁଠି ଝୁଲୁଛି ତାଲା । ଏହି ସମୟରେ ଘରେ ବସି ବସି ଲୋକଙ୍କ ଭିତରୁ ସୃଜନଶୀଳତାର ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି । ଏବେ ସୋସିଆଲ୍ ମିଡିଆରେ ଏଭଳି ଜଣେ ଛାତ୍ରଙ୍କ ସୃଜନଶୀଳତାର ଭିଡିଓ ଭାଇରାଲ୍ ହେଉଛି । କେରଳ ତ୍ରିଶୁରର ଅଦ୍ୱେତ୍ କୃଷ୍ଣା ନାମକ ଏହି ୧୨ ବର୍ଷର ବାଳକ ତାଲାବନ୍ଦ ସମୟରେ ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଛନ୍ତି । ସେ ଖବରକାଗଜ ମାଧ୍ୟମରେ ରେଳଗାଡ଼ିର ଏକ ମଡ଼େଲ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ଖୋଦ୍ ରେଳ ମନ୍ତ୍ରାଳୟ ନିଜ ସୋସିଆଲ୍ ମିଡିଆ ପେଜ୍ ରେ ସେୟାର୍ କରିଛନ୍ତି ।

ରେଳ ମନ୍ତ୍ରାଳୟର ଟ୍ୱିଟର୍ ପେଜରେ ଅଦ୍ୱେତଙ୍କ ଫଟୋ ଏବଂ ଭିଡିଓ ସେୟାର୍ କରି ଅଧିକ ସୂଚନା ଦିଆଯାଇଛି । ଯେଉଁଥିରେ କିଭଳି ଭାବେ ଅଦ୍ୱେତ୍ ଏହି ପେପର୍ ଟ୍ରେନକୁ ପ୍ରସ୍ତୁତ କଲେ ଏନେଇ ବିସ୍ତୃତ ଭାବେ କୁହାଯାଇଛି । ଅଦ୍ୱେତ ୩ ଦିନ ଭିତରେ ଏହି ପେପର୍ ଟ୍ରେନ୍ ପ୍ରସ୍ତୁତ କରିଥିବା କଥା କୁହାଯାଇଛି ।