ବିଜେପି ନେତାଙ୍କୁ ହତ୍ୟା ମାମଲା: ୧୫ ଜଣ ପିଏଫଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଳା କାଟି କରିଥିଲେ ନିର୍ମମ ହତ୍ୟା ।

515

କନକ ବ୍ୟୁରୋ: ବିଜେପି ନେତା ରଣଜିତ ଶ୍ରୀନିବାସଙ୍କୁ ହତ୍ୟା ମାମଲାରେ କେରଳ କୋର୍ଟଙ୍କ ବଡ ଘୋଷଣା । ଅଦାଲତ ପିଏଫଆଇର ୧୫ ଜଣ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ଡିସେମ୍ବର ୧୯ରେ ବିଜେପି ନେତା ଶ୍ରୀନିବାସଙ୍କୁ ହତ୍ୟା କରାଯାଇଥିଲା। ଏବେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୧୫ ଜଣ ସଦସ୍ୟଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବହୁଚର୍ଚ୍ଚିତ ଏହି ହତ୍ୟା ମାମଲାର ଶୁଣାଣି ପରେ ମାଭେଲିକରା ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ରାୟ ଶୁଣାଇଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ସେପଟେ କେରଳ ରାଜନୀତି ମଧ୍ୟ ସରଗରମ ହୋଇଛି ।

ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି ମାମଲାରେ ନାଇସମ, ଅଜମଲ, ଅନୁପ, ମହମ୍ମଦ ଅସଲମ, ଅବଦୁଲ କଲାମ ଓରଫ ସାଲେମ, ଜାଫରୁଦ୍ଦିନ, ମନଶାଦ, ଜସିବା ରାଜା, ନୱାସ, ସମୀର, ନାଜିର, ଜାକିର ହୁସେନ, ଶାଜି ପୁନାନ୍ଥୁଙ୍ଗଲ ଓ ଶେରନସ ଅଶରଫ ରହିଛନ୍ତି। ସେମାନେ ସମସ୍ତେ ଏବେ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଏବଂ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ସହ ଜଡ଼ିତ ଥିଲେ। ଏବେ କେରଳ କୋର୍ଟ ଏହି ମାମଲାର ବିଚାର କରି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।