ଦେଶର ଏହି ରାଜ୍ୟର ନାଁ ଶୀଘ୍ର ବଦଳିବ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ 

922

କନକ ବ୍ୟୁରୋ: କେରଳ ନାଁ ବଦଳି କେରଲମ୍ କରାଯିବ । ଏହାକୁ ନେଇ କେରଳ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବରକୁ ଗୃହରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ରାଜ୍ୟର ନାଁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଅନ୍ୟ ଭାଷାରେ ଏହା ବର୍ତ୍ତମାନ ମଧ୍ୟ କେରଳ ରହିଛି । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ପେଶ କରିଥିଲେ ।

ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ସହ ସମସ୍ତ ଆଧିକାରିକ ଦସ୍ତାବିଜରେ ଏବଂ ସମ୍ବିଧାନର ୮ମ ସୂଚୀରେ କେରଳର ନାଁ ବଦଳାଇ କେରଲମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ପ୍ରସ୍ତାବରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟ ରାଜି ହୋଇ ଗ୍ରହଣ କରିନେଇଛି । ଏହା ପରେ ବିଧାନସଭା ଅଧ୍ୟକ୍ଷ ଏଏନ ସମଶୀର ସର୍ବସମ୍ମତିରେ ପାରିତ ହୋଇଥିବା ଘୋଷଣା କରିଥିଲେ।