ଦିଲ୍ଲୀ ମୁମ୍ବାଇରେ ସଂକ୍ରମଣ କମୁଥିଲେ ବି କେରଳ ଓ କର୍ଣ୍ଣାଟକ ବଢାଉଛି ଚିନ୍ତା । ଦୁଇଦିନ ହେଲା ଲମ୍ବାଡିଆଁ ମାରୁଛି କେରଳ ସଂକ୍ରମଣ

94

କନକ ବ୍ୟୁରୋ : ମୁ୍ମ୍ବାଇ ଓ ଦିଲ୍ଲୀରେ କରୋନା ସଂକ୍ରମଣ କମୁଥିବା ବେଳେ କର୍ଣ୍ଣାଟକ ଓ କେରଳରେ ଉପରମୁହାଁ ହେଉଛି କରୋନା ମିଟର । ଗତ ୨୪ ଘଂଟାରେ ମୁମ୍ବାଇରେ ୨ ହଜାର ୫୫୦ ନୂଆ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲଗାତାର ୪ ଦିନ ଧରି ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ମୁମ୍ବାଇରେ ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ୭.୧୫ ପ୍ରତିଶତକୁ ହ୍ରାସ ପାଇଛି ।
ଗୋଟିଏ ଦିନ ପୂର୍ବରୁ ଏହା ୧୦ ପ୍ରତିଶତ ରହିଥିଲା । ଜାନୁଆରୀରେ ୭ରେ, ୩୦ ପ୍ରତିଶତ ରହିଥିଲା ସଂକ୍ରମଣ ହାର । ସେହିପରି ଦିଲ୍ଲୀରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ କମୁଛି । ଗୋଟିଏ ଦିନରେ ୯ ହଜାର ୧୯୭ ନୂଆ ମାମଲା ଆସିଛି । ଦେଶର ରାଜଧାନୀରେ ସଂକ୍ରମଣ ହାର ରହିଛି ୧୩.୨୨ ପ୍ରତିଶତ । ଦିଲ୍ଲୀ, ମୁମ୍ବାଇରେ ସଂକ୍ରମଣ କମିଥିବା ବେଳେ ଚିନ୍ତା ବଢାଇଛନ୍ତି ଦକ୍ଷିଣ ଭାରତର ଦୁଇ ରାଜ୍ୟ କର୍ଣ୍ଣାଟକ ଓ କେରଳ । କର୍ଣ୍ଣାଟକରେ ୨୪ ଘଂଟାରେ ୫୦ ହଜାର ୨୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ୨୨.୭୭ ପ୍ରତିଶତ ରହିଛି । ମୁମ୍ବାଇ ଅପେକ୍ଷା ୧୦ ଗୁଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବେଙ୍ଗାଲୁରୁରେ । ବେଙ୍ଗାଲୁରୁରେ ଦିନକରେ ୨୬ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦୁଇଦିନ ହେଲା କେରଳ ସଂକ୍ରମଣ ଲମ୍ବଡିଆଁ ମାରୁଛି । ରବିବାର ଦିନ ୪୫ ହଜାର ୪୪୯ ନୂଆ ମାମଲା ଆସିଛି ।