ବିମାନ ଦୁର୍ଘଟଣା ନେଇ ବଡ ଖବର । କେରଳ ଟ୍ରାଜେଡିରେ ୧୪ ମୃତ, ୧୨୩ ଆହତ । ମୃତାହତ ନେଇ ଏଏନଆଇ ପକ୍ଷରୁ ସୂଚନା

863

କନକ ବ୍ୟୁରୋ: କେରଳ ବିମାନ ଦୁର୍ଘଟଣା ନେଇ ବଡ ଖବର । କେରଳ ବିମାନ ଦୁର୍ଘଟଣାରେ ୧୪ ମୃତ, ୧୨୩ ଆହତ । ମୃତାହତ ନେଇ ଏଏନଆଇ ପକ୍ଷରୁ ସୂଚନା । ତେବେ ଆଗକୁ ଅଧିକ ମୃତ୍ୟୁ ନେଇ ଆଶଙ୍କା କରାଯାଉଛି ।

ତେବେ ବର୍ଷା ଯୋଗୁଁ ରନୱେରେ ଖସିଲା ବିମାନ । ପ୍ରବଳ ବର୍ଷା ପାଇଁ କେରଳ କୋଝିକୋଡରେ ବିମାନ ଦୁର୍ଘଟଣା । ୧୯୫ ଜଣଙ୍କୁ ନେଇ ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ବିମାନର ରନୱେ କ୍ରାସ୍ । ୧୯୫ରୁ ୧୮୯ ଜଣ ଯାତ୍ରୀ ଥିଲେ ଏବଂ ୬ ଜଣ କ୍ରିଉ ମେମ୍ବର ଥିଲେ । ତେବେ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି ।

ସେପଟେ ଦୁର୍ଘଟଣାରେ ପରେ ଉଦ୍ଧାରକାମ ଜୋରଦାର ହୋଇଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫର ଗୋଟିଏ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି । ତେବେ ବର୍ଷା କାରଣରୁ ଦୁର୍ଘଟଣା ହୋଇଥିବା କହିଛି ଜିଡିସିଏ । ସେପଟେ ବିମାନଟି ୧୩ ବର୍ଷ ପୁରୁଣା ହୋଇଥିବା କହିଛି ଏୟାର ଇଣ୍ଡିଆ ।