କେନ୍ଦୁଝର ପୂର୍ବତନ ଭିଏଲଡବ୍ଲୁ ବସନ୍ତ କୁମାର ବେହେରାଙ୍କୁ ୪ବର୍ଷ ଜେଲ୍ : ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ

Advertisment
ଏଣିକି ବାହାର ରନ୍ଧାଖାଦ୍ୟ ଜେଲ ମଧ୍ୟକୁ ପ୍ରବେଶ ଉପରେ ଲାଗିବ କଟକଣା । ଖାଇବା ଜେଲକୁ ନେବାକୁ ହେଲେ ଦରକାର ପଡିବ ଡାକ୍ତରୀ ପରାମର୍ଶ ଓ କୋର୍ଟଙ୍କ ଅନୁମତି

କନକ ବ୍ୟୁରୋ : ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଜିଲ୍ଲା ମଇଦାନକେଳା ଗ୍ରାମ ପଞ୍ଚାୟତର ପୂର୍ବତନ ଭିଏଲଡବ୍ଲୁ ବସନ୍ତ କୁମାର ବେହେରାଙ୍କୁ ୪ବର୍ଷ ଜେଲ୍ ହୋଇଛି। ୨୦୧୫ ମସିହାରେ ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅଭିଯୋଗକାରୀ ସହଦେବ ମହନ୍ତଙ୍କଠୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ମାମଲାର ଶୁଣାଣି କରି ଅଭିଯୁକ୍ତ ବସନ୍ତଙ୍କୁ ଦୁର୍ନୀତି ନିବାରଣ ଆଇନ୍ ଧାରା ୭ ଅନୁସାରେ ୩ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜରିମାନା ଏବଂ ଧାରା ୧୩(୨), ୧୨(୧)(ଡି) ଅନୁଯାୟୀ ୪ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରାଯାଇଛି। ତେବେ ବାରମ୍ବାର ସରକାରୀ ଅଫିସରମାନେ ଏପରି ଲାଞ୍ଚ ନେଉଥିନବାରୁ ଅନେର ଅଫିସରଙ୍କୁ ଭିଜିଲାନ୍ସ ଏବେ ଗିରଫ କରିବାର ଦେଖାଯାଉଛି । ନିକଟରେ ଜଟଣୀ ଆଇଆଇସିଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ତାଙ୍କର ଜାମିନ ନାମୁଞ୍ଜର ହେବାରୁ ଜେଲକୁ ପଠାଇଦିଆଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe