କନକ ବ୍ୟୁରୋ : କେନ୍ଦୁଝର ଶୁଆକାଟିରେ ଦେଖାଦେଇଛି ପୁଣି ନିର୍ବାଚନୀ ହିଂସା । ନିର୍ବାଚନ ଆକ୍ରୋଶକୁ ନେଇ ସମିତି ସଭ୍ୟଙ୍କ ଗାଡି ପୋଡି ଦେଲେ ଦୁର୍ବୃତ । ବାଂଶପାଳ ବ୍ଲକ କାଳିଆହତା ସମିତି ସଭ୍ୟ ବାବୁଲି ପଲେଇଙ୍କ ୧୦ ଚକିଆ ଟ୍ରକକୁ ପୋଡି ଦେଇଛନ୍ତି ଦୁର୍ବୃତ । ରାତି ପ୍ରାୟ ଗୋଟାଏ ସୁଦ୍ଧା ଦୁର୍ବୃତମାନେ ଗାଡିଟିରେ ନିଆଁ ଲଗେଇ ଦେଇଥିଲେ ।
ବାବୁଲି ବାଂଶପାଳ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବାରୁ ଆକ୍ରୋଶମୂଳକ ଭାବେ ତାଙ୍କ ଗାଡି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏହି ଶୁଆକାଟି ପଂଚାୟତରେ ନାଏବ ସରପଂଚ ନିର୍ବାଚନ ବେଳେ ତୁମୁଳକାଣ୍ଡ ହୋଇଥିଲା । ଉତ୍ୟକ୍ତ ସ୍ଥାନୀୟ ବାସିନ୍ଦା ଶୁଆକାଟି ଫାଣ୍ଡି ଭଙ୍ଗାରୁଜା କରିବା ସହ ଫାଣ୍ଡି ଅଧିକାରୀଙ୍କୁ ନିସ୍ତୁକ ପିଟିଥିଲେ । ଏହି ଘଟଣାରେ ୧୬ ତାରିଖ ଦିନ ପୁଲିସ ଗାଁର ୮୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-18-08h32m46s402.png)