କନକ ବ୍ୟୁରୋ : ୪୦ ଫୁଟ ତଳକୁ ଖସିଲା କାର । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାମୁଡିହା ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ କାରଟି ୪୦ ଫୁଟ ତଳ ଏକ ପୋଖରୀକୁ ଖସି ପଡିଥିଲା । ଫଳରେ ଗାଡିଟି ପାଣି ଭିତରେ ସଂପୂର୍ଣ୍ଣ ବୁଡି ଯାଇଥିଲା । ଅଗ୍ନିଶମ କର୍ମଚାରୀ କାରକୁ ପାଣି ଭିତରୁ ବାହାର କରିବା ସହ କାର ଭିତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲାର ବୋଲି ପୁଲିସ ସୂଚନା ଦେଇଛି । ତେବେ କାରରେ ଅନ୍ୟ କେହି ବ୍ୟକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଏବେ ବି ଖୋଜାଖୋଜି ଜାରୀ ରହିଛି ।
୪୦ ଫୁଟ ତଳକୁ ଖସିଲା କାର, ଜଣେ ମୃତ
/kanak/media/post_attachments/wp-content/uploads/2021/10/vlcsnap-2021-10-09-13h23m13s428.png)