କେନ୍ଦୁଝରର ତେଲକୋଇରେ ପ୍ରବଳ ବର୍ଷା କାରଣରୁ ଜରଦା ପୋଲ ଉପରେ ଚାଲିଲା ପାଣି । ୪ ଘଣ୍ଟା ଫସିଲେ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

Advertisment
କେନ୍ଦୁଝରର ତେଲକୋଇରେ ପ୍ରବଳ ବର୍ଷା କାରଣରୁ ଜରଦା ପୋଲ ଉପରେ ଚାଲିଲା ପାଣି । ୪ ଘଣ୍ଟା ଫସିଲେ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଗତକାଲି ପୂର୍ବାହ୍ଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଜରଦା ନାଳ ପୋଲ ଉପରେ ୪ ଫୁଟର ପାଣି ଚାଲିବାରୁ ନାଳ ଆରପଟେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩ ଶହ ଛାତ୍ରଛାତ୍ରୀ ଫସି ରହିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦଉଡ଼ି ଟାଣି ଛାତ୍ରଛାତ୍ରୀଙ୍କୁ ପୋଲ୍ ପାର କରିଛନ୍ତି। ଗତକାଲି ପୂର୍ବାହ୍ଣ ପ୍ରାୟ ସାଢେ ୧୨ଟାରୁ ସାଢେ ୨ଟା ପର୍ଯ୍ୟନ୍ତ ମୂଷଳଧାରରେ ବର୍ଷା ହୋଇଥିଲା। ଉପର ମୁଣ୍ଡରେ ଥିବା କାଞ୍ଜିପାଣି ପାହାଡ଼ରୁ ବର୍ଷା ପାଣି ଦ୍ରୁତଗତିରେ ମାଡ଼ି ଆସିଲା। ଜରଦା ନାଳ ଭୟଙ୍କର ରୂପ ଧାରଣ କରିବା ସହିତ ପିଟାନାଳୀ-ସାପଲାଞ୍ଜିକୁ ସଂଯୋଗ କରୁଥିବା ଜରଦା ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା।
publive-imageସାପଲାଞ୍ଜି ଗାଁ ପାଖରେ ଥିବା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ଛାତ୍ରଛାତ୍ରୀଙ୍କୁ କିପରି ନାଳ ପାର୍ କରାଯିବ ତାକୁ ନେଇ ଚିନ୍ତାରେ ପଡ଼ିଗଲେ ସ୍କୁଲ କର୍ତ୍ତୃପକ୍ଷ। ବର୍ଷା ନକମିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇମଥିଲେ। ବିଭାଗୀୟ କର୍ମଚାରୀ ମଥୁରା ରାଉଳ, ସୁଶାନ୍ତ କୁମାର ପ୍ରଧାନ, ସୁଧୀର କୁମାର ଦାଶ, ବାଇଧର ସେଠୀ, ରାମଚନ୍ଦ୍ର ମୁର୍ମୁ ଓ ସଂଜୀବ କୁମାର ରାଜ୍ ସେଠାରେ ପହଞ୍ଚି ପୋଲର ଦୁଇ ପାର୍ଶ୍ୱରେ ଦଉଡ଼ି ବାନ୍ଧିଥିଲେ। ଏହା ସାହାଯ୍ୟରେ ଅପରାହ୍ଣ ପ୍ରାୟ ସାଢେ ୪ଟାବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନାଳ ପାରି କରାଯାଇଥିଲା। ଜରଦା ନାଳ ଉପରେ ଥିବା ଏହି ପୋଲଟି କମ୍ ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ପ୍ରତିବର୍ଷ ବର୍ଷା ହେଲେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe