କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଗତକାଲି ପୂର୍ବାହ୍ଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଜରଦା ନାଳ ପୋଲ ଉପରେ ୪ ଫୁଟର ପାଣି ଚାଲିବାରୁ ନାଳ ଆରପଟେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩ ଶହ ଛାତ୍ରଛାତ୍ରୀ ଫସି ରହିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦଉଡ଼ି ଟାଣି ଛାତ୍ରଛାତ୍ରୀଙ୍କୁ ପୋଲ୍ ପାର କରିଛନ୍ତି। ଗତକାଲି ପୂର୍ବାହ୍ଣ ପ୍ରାୟ ସାଢେ ୧୨ଟାରୁ ସାଢେ ୨ଟା ପର୍ଯ୍ୟନ୍ତ ମୂଷଳଧାରରେ ବର୍ଷା ହୋଇଥିଲା। ଉପର ମୁଣ୍ଡରେ ଥିବା କାଞ୍ଜିପାଣି ପାହାଡ଼ରୁ ବର୍ଷା ପାଣି ଦ୍ରୁତଗତିରେ ମାଡ଼ି ଆସିଲା। ଜରଦା ନାଳ ଭୟଙ୍କର ରୂପ ଧାରଣ କରିବା ସହିତ ପିଟାନାଳୀ-ସାପଲାଞ୍ଜିକୁ ସଂଯୋଗ କରୁଥିବା ଜରଦା ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା।
/kanak/media/post_attachments/wp-content/uploads/2018/09/images-32.jpg)