କେନ୍ଦୁଝର : ଠପ୍ ହୋଇଯାଇଛି କେନ୍ଦୁଝର । ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଂଟିଆ ବନ୍ଦ ପାଳନରେ ଅଖଚକ ଜାମ୍ ହୋଇଛି । ୬ ଦଫା ଦାବି ନେଇ କରାଯାଉଥିବା ବନ୍ଦ ପାଳନକୁ ସମର୍ଥନ କରିଛନ୍ତି ଜିଲ୍ଲାବାସୀ ।
ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ମେଗା ଷ୍ଟିଲ ପ୍ଲାଂଟ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଡି ଡି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ଆନନ୍ଦପୁରରୁ ଚମ୍ପୁଆକୁ ରେଳ ସଂଯୋଗୀକରଣ କରିବା ସହ ବୈତରଣୀ ବଂଚାଓ ଦାବି ବନ୍ଦ ପାଳନ କରୁଛି ମିଳିତ କ୍ରିୟାନୁଷ୍ଠାନ କମିଟି ।
Follow Us