ପୁଣି ସକ୍ରିୟ ହେଲେଣି ସାରଥୀ ସମର୍ଥକ : କେନ୍ଦୁଝର ପାଟଣାରେ ଗରିବ ଓ ଅସହାୟଙ୍କୁ ସହାୟତା କରିବା ସହ କଲେ ବୃକ୍ଷରୋପଣ; ମାରିଲେ ସାରଥୀଙ୍କ ବ୍ୟାନର

272

କନକ ବ୍ୟୁରୋ : ପୁଣି ସକ୍ରିୟ ହେଲେଣି ସାରଥୀ ସମର୍ଥକ । ବିବାଦୀୟ ହୋଇ ଜେଲ ଯାଇ ଜାମିନ ମୁକୁଳିଥିବା ଆତ୍ମଘୋଷିତ ବାବା ସାରଥୀଙ୍କ ଭକ୍ତ ଓ ଅନୁଗାମୀ ଏବେ କେନ୍ଦୁଝର ଜିଲ୍ଲା ପାଟଣାରେ ସକ୍ରିୟ ହୋଇଛନ୍ତି । ଗୁଳୁଦିପସି ଗାଁରେ ଥିବା ଏକ ଗରିବ, ଅସହାୟ ପରିବାରକୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦେବା ସହ ବାଡିରେ ଗଛ ଲଗାଇଛନ୍ତି । ବାବା ସାରଥୀଙ୍କ ଫଟୋ ଥିବା ବ୍ୟାନର ଲଗାଇ ଏହିଭଳି ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି ଅନୁଗାମୀ ।

ନୟାଗଡ ଜିଲ୍ଲା ଗୋପାଳପୁର ଗାଁର ଗଣେଶ୍ୱର ସାହୁ ନାମକ ଜଣେ ଗ୍ୟକ୍ତି ପାଟଣାର ଗୁଳୁଦିପସି ଗାଁରେ ରହୁଛନ୍ତି । ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ରହୁଥିବାବେଳେ ଦହିବରା ବ୍ୟବସାୟ କରୁଥିଲେ । ହେଲେ ରୋଗାକ୍ରାନ୍ତ ହେବାପରେ ଏବେ ଦୁର୍ଦିନରେ ଅଛନ୍ତି ପୁରା ପରିବାର । ଏହି ଖବର ପାଇ କେନ୍ଦୁଝର ସାରଥୀ ପରିବାର ତାଙ୍କ ସହାୟତା ପାଇଁ ପହଂଚିଥିଲେ । ବିବାଦୀୟ ବାବା ସାରଥୀଙ୍କୁ ଭଗବାନ ବୋଲି କହି ତାଙ୍କ ନାଁରେ ଗରିବ ଓ ଅସହାୟଙ୍କୁ ସହାୟତା କରିବା ସହ ବାଡିରେ ଗଛ ଲଗାଇ ଅମ୍ଳଜାନ ଅଭାବ ଦୂର କରୁଥିବା କହିଛନ୍ତି ତାଙ୍କ ଅନୁଗାମୀ ।