ଚଳନ୍ତା କାରରେ ଲାଗିଲା ନିଆଁ : ଅଚାନକ୍ ଧୂଆଁ ବାହାରିବା ପରେ କାର ଛାଡି ଚାଲିଗଲେ ମାଲିକ

ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଗଲା କାର; ନିଆଁ ଲାଗିବାର କାରଣ ଅସ୍ପଷ୍ଟ

141

କନକ ବ୍ୟୁରୋ : ରାସ୍ତା ଉପରେ ଚଳନ୍ତା କାରରେ ଲାଗିଲା ନିଆଁ । ଅଚାନକ୍ ଧୂଆଁ ବାହାରିବା ପରେ କାର ଛାଡି ମାଲିକ ବାହାରି ଯାଇଥିଲେ । ଫଳରେ ସେ ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । କିନ୍ତୁ ତାଙ୍କ କାର୍ଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି  । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଡବିଲ ପୌରାଂଚଳ ଅନ୍ତର୍ଗତ ଡାକବଙ୍ଗଳା ଅଂଚଳରେ ଏଭଳି ଅଘଟଣ ଘଟିଛି ।

କାର ଧରି ଚାଳକ ଜଣଙ୍କ ଘରକୁ ଫେରୁଥିଲେ । ହେଲେ ଗାଡି ଚାଲୁଥିବା ବେଳେ ହଠାତ୍ ସେଥିରୁ ଧୂଆ ବାହାବା ଦେଖି ଡାକବଙ୍ଗଳା ପାଖରେ ଗାଡିକୁ ଠିଆ କରି ଓହ୍ଲାଇ ଯାଇଥିଲେ ଚାଳକ । ଆଉ ବାହାରେ ଠିଆ ହୋଇ ଦେଖୁ ଦେଖୁ ତାଙ୍କ ଆଖି ସାମ୍ନାରେ ଗାଡିଟି ପୁରା ପୋଡିଗଲା । ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ କରିବା ପରେ କ୍ରେନ ଯୋଗେ ଗାଡିକୁ ରାସ୍ତାରୁ ହଟା ଯାଇଛି । ତେବେ କାରରେ  ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।