କନକ ବ୍ୟୁରୋ : ରଥଯାତ୍ରା ଲାଗି ସାରା ରାଜ୍ୟ ଚଳଚଚଂଳ । ଆଉ ମାତ୍ର କିଛି ଦିନର ରହିଛି ଅପେକ୍ଷା । ଏହାପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡରେ ନୀଳଖେଳା କରିବ ଜଗା । ଆପଣ ସାଧାରଣ ଭାବରେ ଜାଣିନଥିବେ କି ବିଶ୍ୱର ଉଚ୍ଚ ରଥର ନାମ କଣ? ତେବେ ଜାଣନ୍ତୁ ଏହି ରଥ କେଉଁଠାରେ ନିର୍ମାଣ ହୁଏ ଓ କଣ ରହିଛି ଏହାର ପରମ୍ପରା...
/kanak/media/post_attachments/wp-content/uploads/2019/06/chariot11-2.jpg)
/kanak/media/post_attachments/wp-content/uploads/2019/06/world-tallest-rath-keonjhar.jpg)
କେନ୍ଦୁଝର ରଥଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ଆୟୋଜନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର କମିଟି କରଯାଇଥିବା ବେଳେ ଦେବତୋର ଅଧିକାରୀ ତଥା ଉପଜିଲ୍ଲାପାଳ ଏହାର ତଦାରଖ କରୁଛନ୍ତି । ପ୍ରାୟ ୩୦୦ ବର୍ଷରୁ ଅଧିକ ହେବ କେନ୍ଦୁଝରରେ ଶ୍ରୀଶ୍ରୀ ବଳଦେବଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜ ୧୬୭୧ ଖ୍ରୀଷ୍ଟାଦ୍ଧରେ କେନ୍ଦୁଝର ପୁରୁଣାସହରରେ ସ୍ଥାପନ କରିଥିବା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ରଥଯତ୍ରା ଅନୁଷ୍ଠିତ ହୋଇଥାଏ ।