କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ କେନ୍ଦୁଝରରେ ବିଜେପି କର୍ମୀ ବିକ୍ଷୋଭ କରିଛି । ଶତାଧିକ ବିଜେପି କର୍ମୀ ମନ୍ତ୍ରୀ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଥାନା ଘେରାଉ କରିବାକୁ ବାହାରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଥାନା ଘେରାଉ କରିବାକୁ ବାହାରିଥିଲେ । ଅଧବାଟରେ ବିଜେପି କର୍ମୀଙ୍କ ଶୋଭାଯାତ୍ରାକୁ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ବିଜେପି କର୍ମୀଙ୍କ ଉପରେ ଲାଠିମାଡ କରିଛି ପୁଲିସ । ବିକ୍ଷୋଭକାରୀଙ୍କୁ ପୁଲିସ ଗୋଡାଇ ଗୋଡାଇ ମାଡ ମାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।