କନକ ବ୍ୟୁରୋ : ଖଟିଆରେ ବୁହା ହେଲେ ରୋଗୀ । ପାଖାପାଖି ୮ କିଲୋମିର ଖଟିଆରେ ରୋଗୀଙ୍କୁ ବୁହାଯାଇଛି । କେନ୍ଦୁଝର ବାଂଶପାଳ ବ୍ଲକ ସିମିନାପଟାଳି ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ସିମିନାପଟାଳି ଗାଁର ଜଣେ ଯୁବକ ଗୁରୁତର ହୋଇପଡିବାରୁ ତାଙ୍କୁ ମେଡିକାଲ ନେବାକୁ ପଡିଥିଲା । ପରିବାର ଲୋକ ଏକ ଖଟିଆରେ ବୋହି ନାଳ ମଧ୍ୟରେ ପଶି ୨ କିଲୋମିଟର ଆଣିଥିଲେ ।

Advertisment

ତା ପରେ ୧୦୮କୁ ଫୋନ କରିଥିଲେ । କିନ୍ତୁ ଗାଡି ଧୁଆହେଉଛି ଯାଇପାରିବ ନାହିଁ ବୋଲି ଉତ୍ତର ମିଳିଥିଲା ରୋଗୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଫଳରେ ପରିବାର ଲୋକ ଆହୁରି ୬କି.ମି ଖଟିଆରେ ବୋହି ରାଜପଥ ଉପରକୁ ଆସି ସେଠାରୁ ଏକ ଘରୋଇ ଗାଡିରେ ବାଂଶପାଳ ଡାକ୍ତରଖାନାକୁ ରୋଗୀକୁ ଆଣି ଥିଲେ । ଉପାନ୍ତ ଅଂଚଳରେ ବାରମ୍ବାର ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।