କନକ ବ୍ୟୁରୋ : କେଉଁଝର ଲୋକସଭା ଆସନରେ ଜିତିବ କିଏ । ଏହି ଆସନକୁ ହାତେଇବାକୁ କଂଗ୍ରେସ ଓ ବିଜେଡି ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଆଣିଥିବା ବେଳେ ବିଜେପି ପୁରୁଣା ସିପାହୀଙ୍କୁ ଧରି ପୁଣିଥରେ ନିଜର ଗଡକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛି । କେଉଁଝରବାସୀ ପ୍ରତି ଦଳକୁ ସୁଯୋଗ ଦେଇଥିବା ବେଳେ ଏଥର କାହା ନାଁରେ ମୋହର ମାରିବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଲକୋଇରେ କିଏ ମାରିବ ବାଜି? ଗତ ୪ଟି ନିର୍ବାଚନରେ ବିଜେଡିର ଗଡ ରହି ଆସିଛି ତେଲକୋଇ । ନୂଆ ପ୍ରାର୍ଥୀଙ୍କ ସହ ମୈଦାନରେ ବିଜେପି ଓ କଂଗ୍ରେସ ।
ଘଷିପୁରାରେ ହେବ ହାଇଭୋଲଟେଜ ଲଢେଇ । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଲଗାତାର ୨ ଥର ବିଜୟ ଟୀକା ପିନ୍ଧିଛି ବିଜେଡି । ଖାତା ଖୋଲିବାକୁ କଂଗ୍ରେସ ଓ ବିଜେପିର ନୂଆ ରଣନୀତି ।
ଚମ୍ପୁଆରେ କିଏ କରିବ ଚମତ୍କାର? ଏଯାଏଁ ବିଜୟର ସ୍ୱାଦ ଚାଖି ପାରିନାହାନ୍ତି ବିଜେପି-ବିଜେଡି । ସ୍ୱାଧୀନ ପ୍ରାର୍ଥୀଙ୍କର ରହିଛି ଦବଦବା । କଂଗ୍ରେସ ପୁଣିଥରେ ଗଡକୁ ଫେରିବାକୁ କରୁଛି କସରତ ।
ଆନନ୍ଦପୁରରେ କିଏ ଉଡାଇବ ବିଜୟ ଧ୍ୱଜା? ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ଜନତା । ଏଥର ଭୋଟର କାହାକୁ ବାଛିବେ ନିଜର ନେତା ।
କରଞ୍ଜିଆରେ ହେବ କାଣ୍ଟେ କି ଟକ୍କର? ଲଗାତାର ୩ ଥର ବିଜୟ ସହ ଏହାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି ବିଜେଡି । ଏଯାଏଁ କରଞ୍ଜିଆରେ ଖାତା ଖୋଲିନାହିଁ ବିଜେପି । କଂଗ୍ରେସ ଦୀର୍ଘ ୩ ଦଶନ୍ଧି ପରେ ଗଡକୁ ଫେରିବାକୁ କରୁଛି ପ୍ରୟାସ ।
କେଉଁଝର କମାଣ ଧରିବ କିଏ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି । ପୁରୁଣା ଗଡକୁ ଫେରିବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି । କାହାକୁ ଭରସା କରିବେ ଭୋଟର?
ପାଟଣା ରାଜନୀତି, ବଢାଉଛି ତାତି । ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ପାଟଣାବାସୀ, ଏଥର କାହାକୁ ବିଧାୟକ ବାଛିବେ ଭୋଟର?