କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ବଣିଆ ହୁଡ଼ି ଗ୍ରାମରେ ଅଘଟଣ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ତାର ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କରିଛି । ସୂଚନାରୁ ଜଣାପଡିଛି ଯେ ଗ୍ରାମର ବାପୁନୁ ବିନ୍ଧାଣି ଓ  ସ୍ତ୍ରୀ ତୁଳସୀ ବିନ୍ଧାଣି ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଗତକାଲି ରାତିରୁ ଝଗଡା ଲାଗିଥିବା ବେଳେ ଆଜି ସକାଲେ ସ୍ୱାମୀ ବାପୁନୁ ପନିକିରେ ସ୍ତ୍ରୀ ତୁଳସୀକୁ ହାଣିଦେବାରୁ ତାର ମୃତ୍ୟୁ ଘଟିଛି । ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ୱାମୀ ବାପୁନୁକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।