ପୁଣି ଓଟିଭି ଏମଡିଙ୍କୁ ଟାର୍ଗେଟ୍ କଲେ କେନ୍ଦୁଝର ସାଂସଦ । ପ୍ରଶ୍ନ କଲେ, ଯଦି ଜାଗୀଙ୍କ ସମ୍ପର୍କୀୟ ହୋଇଥିଲେ କ’ଣ କରିଥାନ୍ତେ ?

470

କନକ ବ୍ୟୁରୋ: ଓଟିଭି ନିର୍ଦ୍ଦେଶିକା ଜାଗି ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି, ଯିଏ ତାଙ୍କର ମିଛ ଭିଡିଓ ଭାଇରାଲ କରିଛି ତାକୁ ସୁରକ୍ଷା ଦେବାରେ ଜାଗିଙ୍କ ବିବେକ କେମିତି ବାଧା ଦେଉନାହିଁ ।

ଓଡିଶା ନିର୍ଦ୍ଦେଶିକା ଜାଗି ପଣ୍ଡାଙ୍କୁ ଚନ୍ଦ୍ରାଣି ମୁର୍ମୁଙ୍କ ପ୍ରଶ୍ନ, ଯେ ଆପଣଙ୍କ ବିବେକ କୁଆଡେ ଗଲା । ଚନ୍ଦ୍ରାଣି ପଚାରିଛନ୍ତି ଯଦି ତାଙ୍କ ସ୍ଥାନରେ ଜାଗିଙ୍କ ସମ୍ପର୍କୀୟ ଥାନ୍ତେ ତେବେ ବି, ସେ କଣ ସାମ୍ବାଦିକଙ୍କୁ ସୁରକ୍ଷା ଦେଇଥାନ୍ତେ । କିଛି ଏଭଳି ମର୍ମରେ ପ୍ରଶ୍ନ କରିଛନ୍ତି ଚନ୍ଦ୍ରାଣି ।

ସେପଟେ ସାଂସଦଙ୍କ ସପକ୍ଷରେ ବାହାରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ପ୍ରଦୀପ ଜୋର ଦେଇଛନ୍ତି, ସେ ଜଣେ ଆଦିବାସୀ ଝିଅ, ତାଙ୍କୁ ନ୍ୟାୟ ମିଳିବା ଦରକାର ।

ଚନ୍ଦ୍ରାଣିଙ୍କ ଭାଇରାଲ ଭିଡିଓ ମାମଲାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇ ନେଇ ଆବଶ୍ୟକ କାଗଜପତ୍ର ଜବତ କରିବା ପରେ ଛାଡି ଦେଇଥିଲା । ଗୋଟିଏ ପଟେ ସମ୍ପୃକ୍ତ ଚ୍ୟାନେଲ ଏହି ଘଟଣାକୁ ମିଡିଆ ଉପରେ ଆକ୍ରମଣ ବୋଲି କହୁଥିବାବେଳେ ଅନ୍ୟପଟେ ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଅପରାଧ କରିଥିବା ଜଣେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରାଯାଉଛି ।