ମନ୍ଦିରରେ ଜାଗର ଜାଳୁଥିଲେ ପୁରା ପରିବାର : ଏପଟେ ଘରେ କଳାକନା ବୁଲାଇଦେଲେ ଚୋର

Advertisment
ମନ୍ଦିରରେ ଜାଗର ଜାଳୁଥିଲେ ପୁରା ପରିବାର : ଏପଟେ ଘରେ କଳାକନା ବୁଲାଇଦେଲେ ଚୋର

କନକ ବ୍ୟୁରୋ : ମନ୍ଦିରରେ ସପରିବାର ଜାଗର ପାଳନ କରୁଥିବା ବେଳେ ଘରେ କଳାକନା ବୁଲାଇଦେଇଛନ୍ତି ଚୋର । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରୁ ଆସିଛି ଏହି ଅଭିଯୋଗ । ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ ପୁରା ପରିବାର ମନ୍ଦିରକୁ ଯାଇ ଶିବ ଆରାଧନାରେ ବସିଥିଲେ । ଘରେ କେହି ନଥିବାର ସୁଯୋଗ ପାଇଁ ଦୁର୍ବୃତମାନେ ଘରର କବାଟ ଭାଙ୍ଗି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୩୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ବାରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତମାନେ ଛାଡି ଯାଇଥିବା କିଛି ଜିନିଷକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe