କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବଡବିଲର ଜୀବନ ରେଖା ଭାବେ ପରିଚିତ କାରୋନଦୀ ଏବେ ସତ୍ତା ହରାଇବାକୁ ବସିଛି । ସେବେକାର ନଦୀ ଏବେ ନଦୀ ନୁହେଁ ବଂର ଗୋଟିଏ ନାଳ ଭଳି ଦେଖାଯାଉଛି । ଦିନ ଥିଲା ଏହି ନଦୀ କୂଳ ଖାଉଥିଲା ଏବଂ ଏହାର ଜଳ କାଚକେନ୍ଦୁ ଭଳି ସ୍ୱଚ୍ଛ ଥିଲା । ହେଲେ ଏବେ ନଦୀ ଗର୍ଭ ପୋତି ହୋଇଯିବା ସହ ଦୂଷିତ ହୋଇଯାଇଛି ନଦୀ ଜଳ । ଆଗରୁ ଜୀବନ ରେଖା କୁହାଯାଉଥିବା ଏହି ନଦୀର ଜଳ ଏବେ ଜହର ପାଲଟିଛି ।
ସୁନ୍ଦରଗଡ କୋଇଡାରୁ ବାହାରି ଝାଡଖଣ୍ଡର କୋଏଲ ନଦୀରେ ମିଶିଛି ଏହି ନଦୀ । ହେଲେ ବ୍ୟାପକ ଖଣି ଖନନ, ଜଙ୍ଗଲ କଟା, ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁର କୁୁପ୍ରଭାବ ଯୋଗୁ ଧିରେଧିରେ ଏହା ପ୍ରଦୁଷିତ ହେବାରେ ଲାଗିଛି । ବଡବିଲ ଦେଇ ବହି ଯାଉଥିବା ଏହି ନଦୀରୁ ସେ ଅଂଚଳର ଅନେକ କାରଖାନା ବହୁ ପରିମାଣର ଅପବ୍ୟବହାର କରୁଛନ୍ତି । ଯାହାର ଫଳସ୍ୱରୂପ ନଦୀ ଶଯ୍ୟା ସଂକୁଚିତ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-04-18h22m38s368.png)