ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସହର ଯୋଜନା ଯାଞ୍ଚ ଅଧିକାରୀ : ଘର ପ୍ଲାନ ଅନୁମୋଦନ ପାଇଁ ଦାବି କରିଥିଲେ ୪୦ହଜାର ଟଙ୍କା

79

କନକ ବ୍ୟୁରୋ : ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସହର ଯୋଜନା କେନ୍ଦୁଝର ଶାଖାର ଯାଂଚ ଅଧିକାରୀ । ଇନଭେଷ୍ଟିଗେସନ ଅଫିସର ନିମାଇଁ ଚରଣଙ୍କ ଅଫିସ ଓ କେନ୍ଦୁଝର ସ୍ଥିତ ତାଙ୍କ ବାସଭବନରେ ଏକକାଳୀନ ଚଢାଉ କରାଯାଇଛି । ଜଣେ ବ୍ୟକ୍ତିଙ୍କ ଘର ପ୍ଲାନ ଅନୁମୋଦନ ପାଇଁ ଯାଂଚ ଅଧିକାରୀ ନିମାଇଁ ଚରଣ ୪୦ ହଜାର ଟଙ୍କା ଦାବି କରିଥିଲେ । ହେଲେ ଟଙ୍କା ଦେବାକୁ ମନା କରିବାରୁ ସେହି ବ୍ୟକ୍ତିକୁ ହଇରାଣ ହରକତ କରିଥିଲେ ନିମାଇଁ । ପରେ ଉକ୍ତ ବ୍ୟକ୍ତି ୨୫ ହଜାର ଟଙ୍କା ଦେବାକୁ ରାଜି ହୋଇ କେନ୍ଦୁଝର ଭିଜିଲାନ୍ସକୁ ଏବାବଦରେ ଜଣାଇଥିଲେ । ଆଉ ଯୋଜନା ମୁତାବକ ୨୫ ହଜାର ଟଙ୍କା ଲାଂଚ ନେବା ବେଳେ ନିମାଇଁଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ରଙ୍ଗ ଲଗା ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।