ଧାନ କିଣା ନେଇ କେନ୍ଦୁଝର ଜିଲ୍ଲା ତେଲକୋଇରେ ତାତିଲେ ଚାଷୀ : ଧାନବସ୍ତା ରଖି ମୁଖ୍ୟ ରାସ୍ତା କଲେ ଅବରୋଧ

ରାସ୍ତା ରୋକ ପାଇଁ ଯାତାୟତ ଠପ, ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି

38

କନକ ବ୍ୟୁରୋ : ଧାନ କିଣାକୁ ନେଇ ତାତିଲେ ଚାଷୀ । ଧାନବସ୍ତା ରଖି ୪୯ ନମ୍ବର ମୁଖ୍ୟ ରାସ୍ତା କଲେ ଅବରୋଧ । କେନ୍ଦୁଝର ଜିଲ୍ଲା ତେଲକୋଇରେ ଧାନ ବିକ୍ରି ହୋଇନଥିବାରୁ ଧାରଣାକୁ ଓହ୍ଲାଇଛନ୍ତି ଚାଷୀ । ଜଗମୋହନ ଛକରେ ଧାନବସ୍ତା ରଖି ମୁଖ୍ୟ ରାସ୍ତା ରୋକ କରିଛନ୍ତି ଚାଷୀ । ଯାହା ପାଇଁ ଯାତାୟତ ଠପ ହୋଇପଡ଼ିଛି । କଲିକତା- ମୁମ୍ବାଇ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ପୋଲିସ ପହଂଚି ଚାଷୀଙ୍କୁ ବୁଝାସୁଝା କରୁଥିବା ସୂଚନା ରହିଛି ।