କନକ ବ୍ୟୁରୋ : ଧାନ କିଣାକୁ ନେଇ ତାତିଲେ ଚାଷୀ । ଧାନବସ୍ତା ରଖି ୪୯ ନମ୍ବର ମୁଖ୍ୟ ରାସ୍ତା କଲେ ଅବରୋଧ । କେନ୍ଦୁଝର ଜିଲ୍ଲା ତେଲକୋଇରେ ଧାନ ବିକ୍ରି ହୋଇନଥିବାରୁ ଧାରଣାକୁ ଓହ୍ଲାଇଛନ୍ତି ଚାଷୀ । ଜଗମୋହନ ଛକରେ ଧାନବସ୍ତା ରଖି ମୁଖ୍ୟ ରାସ୍ତା ରୋକ କରିଛନ୍ତି ଚାଷୀ । ଯାହା ପାଇଁ ଯାତାୟତ ଠପ ହୋଇପଡ଼ିଛି । କଲିକତା- ମୁମ୍ବାଇ ରାସ୍ତାର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି । ଘଟଣାସ୍ଥଳରେ ପୋଲିସ ପହଂଚି ଚାଷୀଙ୍କୁ ବୁଝାସୁଝା କରୁଥିବା ସୂଚନା ରହିଛି ।
ଧାନ କିଣା ନେଇ କେନ୍ଦୁଝର ଜିଲ୍ଲା ତେଲକୋଇରେ ତାତିଲେ ଚାଷୀ : ଧାନବସ୍ତା ରଖି ମୁଖ୍ୟ ରାସ୍ତା କଲେ ଅବରୋଧ
/kanak/media/post_attachments/wp-content/uploads/2021/03/vlcsnap-2021-03-15-09h22m44s308.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)