ବଣୁଆ ହାତୀ ପଲଙ୍କ ଆତଙ୍କ : ଧାନ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ୧୮ଟିକିଆ ହାତୀପଲ, ଚିନ୍ତାରେ ଚାଷୀ

ବଣୁଆ ହାତୀ ପଲଙ୍କ ଆତଙ୍କ : ଧାନ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ୧୮ଟିକିଆ ହାତୀପଲ, ଚିନ୍ତାରେ ଚାଷୀ

କନକ ବ୍ୟୁରୋ : କେନ୍ଦୁଝରରେ ବଣୁଆ ହାତୀ ଆତଙ୍କ । ଧାନ ବିଲରେ ପଶି ଧାନ ଖାଇବା ସହ ନଷ୍ଟ କରୁଛନ୍ତି ଫସଲ । ଗତକାଲି ରାତିରେ ୧୮ ଟିକିଆ ହାତୀପଲ କେନ୍ଦୁଝର ସଦର ରେଞ୍ଜ କେରି ଗାଁକୁ ପଶି ଆତଙ୍କ ଖେଳାଇଛନ୍ତି । କେରି, ବାଘୁଆସାହି ଓ ପାଟଧନୁର୍ଜୟପୁରୁ ଗାଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।

ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଗ୍ରାମବାସୀ ଏକାଠି ହୋଇ ଟର୍ଚ୍ଚ ଲାଇଟ୍, ନିଆଁ ହୁଳା ଧରି ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି ହେଲେ ସେମାନେ ଏଥିରେ ବିଫଳ ହୋଇଛନ୍ତି । ତେଣୁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe