କନକ ବ୍ୟୁରୋ : କେନ୍ଦୁଝରରେ ବଣୁଆ ହାତୀ ଆତଙ୍କ । ଧାନ ବିଲରେ ପଶି ଧାନ ଖାଇବା ସହ ନଷ୍ଟ କରୁଛନ୍ତି ଫସଲ । ଗତକାଲି ରାତିରେ ୧୮ ଟିକିଆ ହାତୀପଲ କେନ୍ଦୁଝର ସଦର ରେଞ୍ଜ କେରି ଗାଁକୁ ପଶି ଆତଙ୍କ ଖେଳାଇଛନ୍ତି । କେରି, ବାଘୁଆସାହି ଓ ପାଟଧନୁର୍ଜୟପୁରୁ ଗାଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ ।
ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଗ୍ରାମବାସୀ ଏକାଠି ହୋଇ ଟର୍ଚ୍ଚ ଲାଇଟ୍, ନିଆଁ ହୁଳା ଧରି ହାତୀ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି ହେଲେ ସେମାନେ ଏଥିରେ ବିଫଳ ହୋଇଛନ୍ତି । ତେଣୁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/swarajya_2022-08_9742fae9-b17c-4648-8bc0-3b417ea414ff_Elephant_in_Odisha.webp)