ଗାଁ ଲୋକଙ୍କ ଅଜାଣତରେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ସଫା କରିଦେଲା କମ୍ପାନୀ : ଜଙ୍ଗଲ କଟାକୁ ନେଇ ଲୋକେ ପ୍ରତିବାଦ କରିବାରୁ ମିଳୁଛି ଧମକ

ଗାଁ ଲୋକଙ୍କ ଅଜାଣତରେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ସଫା କରିଦେଲା କମ୍ପାନୀ : ଜଙ୍ଗଲ କଟାକୁ ନେଇ ଲୋକେ ପ୍ରତିବାଦ କରିବାରୁ ମିଳୁଛି ଧମକ

କନକ ବ୍ୟୁରୋ : ଗାଁ ଲୋକଙ୍କ ଅଜଣାତରେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ସଫା କରି ଦିଆଗଲା । ଜଙ୍ଗଲ କଟାକୁ ନେଇ ଲୋକେ ପ୍ରତିବାଦ କରିବାରୁ ଧମକ ଦିଆଯାଉଛି । କେନ୍ଦୁଝର ଜିଲ୍ଲା ବଡବିଲ ବନାଂଚଳ ସେରେଣ୍ଡା ଜଗଦାସାହିରେ ଗଛ କଟାକୁ ନେଇ ଅସନ୍ତୋଷ ତିବ୍ର ହୋଇଛି ।

ବର୍ଷ ବର୍ଷ ଧରି ଆଦିବାସୀମାନେ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷିଥାନ୍ତି । ହେଲେ କିଛି ଦିନ ପୂର୍ବରୁ ଏକ କମ୍ପାନୀର ବିଦ୍ୟୁତ୍ ତାର ସଂପ୍ରସାରଣ ଯୋଗୁଁ ଜଙ୍ଗଲକୁ କାଟି ପଦା କରି ଦିଆଯାଇଛି । ଗଛ କଟାକୁ ବିରୋଧ କରି ଗ୍ରାମବାସୀ ସ୍ୱର ଉତୋଳନ କରିବାରୁ ପୁଲିସ ସ୍ଥାନୀୟ ଲୋକଙ୍କ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe