ମହଙ୍ଗା ପଡିଲା କୋଭିଡ ଗାଇଡଲାଇନ ଉଲ୍ଲଂଘନ : କେନ୍ଦୁଝରର ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

Advertisment
ମହଙ୍ଗା ପଡିଲା କୋଭିଡ ଗାଇଡଲାଇନ ଉଲ୍ଲଂଘନ : କେନ୍ଦୁଝରର ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କନକ ବ୍ୟୁରୋ : କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡିଛି । କେନ୍ଦୁଝରରେ କୋଭିଡ ଗାଇଡ ଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ଟି ସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

କୋଭିଡ ନିୟମ ଅନୁସାରେ ସ୍କୁଲର ସ୍ୱଚ୍ଛତା ଉପରେ ୫ଟି ସ୍କୁଲରେ ଧ୍ୟାନ ଦେଇନଥିଲେ । ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ ଏହା ଦେଖିବା ପରେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଟଣା ବ୍ଲକର ୪ଟି ବ୍ଲକ ଓ ସଦର ବ୍ଲକର ଗୋଟିଏ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାଶିକ୍ଷାଧିକାରୀ ସଂଗ୍ରାମ ପାତ୍ରଙ୍କ ସୂଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe