ଭାରସାମ୍ୟ ହରାଇ କେନ୍ଦୁଝର ଘାଟିରୁ ଓଲଟିଲା ବରଯାତ୍ରୀ ବସ୍ : ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର

 ରାଉରକେଲାରୁ କେନ୍ଦୁଝର ଢ଼େଙ୍କିକୋଟ ଫେରିଲା ବେଳେ ଅଘଟଣ

121

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବରଯାତ୍ରୀ ବସ୍ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦୁଝର ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଉରକେଲାରୁ କେନ୍ଦୁଝର ଢ଼େଙ୍କିକୋଟ ଫେରିଲା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାନୁସାରେ, ଦ୍ରୁତବେଗରେ ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ବରଯାତ୍ରୀ ଥିଲେ । ଦ୍ରୁତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ସୌଭାଗ୍ୟବଶତଃ ଘାଟି ନିକଟରେ ଥିବା ଗଛରେ ବସଟି ଓଲଟି ଲାଖିଯାଇ ଥିଲା । କିନ୍ତୁ ଏ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିଭଳି ବସଟିକୁ ଘାଟିକୁ ଉଠାଯିବ ସେ ନେଇ ଚେଷ୍ଟା ଜାରି ରହିଛି ।