କେନ୍ଦୁଝରରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ୧୦ ଯାତ୍ରୀ ଆହତ

Advertisment
ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

କନକ ବ୍ୟୁରୋ : କେନ୍ଦୁଝରରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଗତକାଲି ବିଳମ୍ବିତ ରାତ୍ରିରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ନାନୁସାରେ ବସ୍ଟି କୋଇଡାରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଓଲଟି ପଡିଥିଲା।

ଏହି ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଘଟିଥିବା ସୂଚନା ମିଳିଛି। ବସ୍ ଓଲଟିବା ଫଳରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe